Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାରମ୍ବାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ: ମ୍ୟାଚ ବିଜୟୀ ପାଳି ଖେଳିଥିବା କେଏଲ ରାହୁଲଙ୍କ ଆସିଲା ବଡ ପ୍ରତିକ୍ରିୟା
ଆଜିର ଖବର

ବାରମ୍ବାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ: ମ୍ୟାଚ ବିଜୟୀ ପାଳି ଖେଳିଥିବା କେଏଲ ରାହୁଲଙ୍କ ଆସିଲା ବଡ ପ୍ରତିକ୍ରିୟା

April 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି। ସେ 77 ରନର ପାଳି ଖେଳି ଦଳକୁ ବିଜେତା କରିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି। ଫାଫ୍ ଡୁ ପ୍ଲେସିସଙ୍କ ଅନୁପସ୍ଥିତି ଯୋଗୁଁ କେ.ଏଲ୍ ରାହୁଲ ଓପନିଂ ସୁଯୋଗ ପାଇଥିଲେ ଏବଂ ସେ ଦଳ ପାଇଁ ଭଲ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ। ମ୍ୟାଚ୍ ପରେ ସେ ତାଙ୍କ ବ୍ୟାଟିଂ କ୍ରମରେ ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ଉଲ୍ଲେଖ ଯୋଗ୍ୟ ଯେ, ଫାଫ୍ ଡୁ ପ୍ଲେସିସ୍ ଫିଟ୍ ନଥିବାରୁ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ଫାଫ୍ ଙ୍କ ଅନୁପସ୍ଥିତିରେ କେ.ଏଲ୍ ରାହୁଲ ଜେକେ ଫ୍ରେଜର-ମ୍ୟାକଗର୍କଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ଜେକେ ଖାତା ନ ଖୋଲି ପାଭିଲିୟନକୁ ଫେରିଥିଲେ କିନ୍ତୁ କେ.ଏଲ୍ ରାହୁଲ ଶେଷ ଓଭର ପର୍ଯ୍ୟନ୍ତ ରହିଥିଲେ। ରାହୁଲ 51 ବଲରେ 77 ରନର ଇନିଂସରେ 3 ଛକା ଓ 6 ଚୌକା ମାରିଥିଲେ।

ବ୍ୟାଟିଂ କ୍ରମ ପରିବର୍ତ୍ତନ ଉପରେ କେ.ଏଲ୍ ରାହୁଲଙ୍କ ପ୍ରତିକ୍ରିୟା:

ରାହୁଲ କହିଛନ୍ତି ଯେ, “ଏଥିପାଇଁ ମୁଁ ଅଭ୍ୟସ୍ତ ହୋଇଯାଇଛି। ଆଇପିଏଲ୍ 2025 ଆରମ୍ଭ ହେବା ପୂର୍ବରୁ ମୁଁ ବ୍ୟକ୍ତିଗତ ଭାବେ ବ୍ୟାଟିଂ କ୍ରମର ଶୀର୍ଷରେ ଖେଳିବାକୁ ପ୍ରସ୍ତୁତ ହେଉଥିଲି। ମୁଁ କୋଚଙ୍କ ସହ କଥା ହେଲି ଏବଂ ସେ କହିଥିଲେ ଯେ, ସେ ମୋତେ 4 ନମ୍ବରରେ ବ୍ୟାଟିଂ କରିବାକୁ ଚାହୁଁଛନ୍ତି। CSK ବିପକ୍ଷରେ ଆମର ଓପନର ଖେଳି ପାରିନଥିଲେ, ମୁଁ ଇନିଂସ ଆରମ୍ଭ କରିବାକୁ ସୁଯୋଗ ପାଇଥିଲି। ସେଥିପାଇଁ ମୋତେ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିଥିଲା। ମୁଁ ଏଥିରେ ଅଭ୍ୟସ୍ତ ହୋଇସାରିଛି। କାରଣ ମୋତେ ସବୁବେଳେ ବ୍ୟାଟିଂକ୍ରମରେ ଉପର ତଳେ ହେବାକୁ ପଡିଥାଏ।

csk DC Delhi Capitals INDIAN PREMIER LEAGUE ipl IPL 2025 kl rahul
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.