ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନଙ୍କ ଅଭିନୀତ ଫିଲ୍ମ ମିଶନ ମଙ୍ଗଲର ଟ୍ରେଲର ରିଲିଜ୍ ହୋଇଛି । ଏହି ଟ୍ରେଲର ଜରିଆରେ ନିର୍ଦ୍ଦେଶକ ଜଗନ ଶକ୍ତି ଭାରତୀୟ ମହାକାଶ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଏବଂ ଇଞ୍ଜିନିୟରଙ୍କ ନିମନ୍ତେ ନିଜର ସମ୍ମାନ ପ୍ରଦର୍ଶନ କରିଛନ୍ତି । ଫିଲ୍ମରେ ଭାରତୀୟ ବୈଜ୍ଞାନିକଙ୍କ ସାମର୍ଥ୍ୟ ଏବଂ ମହିଳା ସଶକ୍ତିକରଣକୁ ଦେଖାଯାଇଛି । ଫିଲ୍ମରେ ଅକ୍ଷୟ କୁମାର ଜଣେ ବୈଜ୍ଞାନିକ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ବଲିଉଡ୍ ହିରୋଇନ୍ଙ୍କର ଏକ ଲମ୍ବା ଲାଇନ୍ ରହିଛି । ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପାନ୍ନୁ, କୀର୍ତ୍ତି କୁହ୍ଲାରୀ ଏବଂ ନିତ୍ୟା ମେନନ୍ ବିଭିନ୍ନ ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ଭାରତର ମଙ୍ଗଳ ଅଭିଯାନ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଅଗଷ୍ଟ 15 ତାରିଖରେ ଏହା ରିଲିଜ୍ ହେବ ।