ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ପ୍ରାୟ 86 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର ପାଇଁ ରାଜକୋଷରୁ କେତେଟଙ୍କା ଖର୍ଚ୍ଚ କରାଯାଇଥିବା ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଥିଲେ, ଏହି କ୍ଷେତ୍ରରେ 86 କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି । ମୋଟ 31 ଟି ଟିଭି ଏବଂ ରେଡିଓକୁ ଏଥି ନିମନ୍ତେ 60 କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିପରି ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ବାବଦରେ 26 କୋଟି ଟଙ୍କା ବ୍ୟୟ ହୋଇଛି ।