Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଗଳ ବୋଲି ଭାବି ତାଙ୍କୁ ଲୋକେ ବୁହେ ପିଟିଲେ, ହେଲେ ପାଗଳର ପରିଚୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ
ଆଜିର ଖବର

ପାଗଳ ବୋଲି ଭାବି ତାଙ୍କୁ ଲୋକେ ବୁହେ ପିଟିଲେ, ହେଲେ ପାଗଳର ପରିଚୟ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ

July 18, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ସ୍କୁଲ ନିକଟରେ ଗୋଟିଏ ପାଗଳ ବୁଲୁଥିଲା। ତାହାର ହାବଭାବ ଦେଖି ଲୋକେ ସନ୍ଦେହ କଲେ। ସମସ୍ତେ କଥାବାର୍ତ୍ତା ହେଲେ ଯେ ଏଇଟା ପିଲା ଚୋର। କାରଣ ସ୍କୁଲ ପାଖରେ ଖାଲି ବୁଲୁଛି। କଥାଟା ପ୍ରଘଟ ହେବା ପରେ ସବୁ ଲୋକ ଜମା ହୋଇଗଲେ। ପାଗଳକୁ ଧରି ଘୋଷାରି ଆଣିଲେ। ଗଛମୂଳରେ ବସାଇ ବୁହେ ପିଟିଲେ। ସେ ଚିତ୍କାର କରୁଥିଲେ ମଧ୍ୟ ଲୋକଙ୍କ ଶୁଣିବାର ଧର୍ଯ୍ୟ ନ ଥିଲା। ଲୋକଙ୍କ ରାଗ ବଢୁଥିବାର ଦେଖି ପାଗଳଟି ବଡପାଟିରେ କହିଲା ମୁଁ ପାଗଳ ନୁହେଁ। ମୁଁ ହେଉଛି ବ୍ଲକ ଶିକ୍ଷା ଅଧିକାରୀ। ତଥାପି ଲୋକଙ୍କର ସନ୍ଦେହ ହେଲା। କାଳେ ସେ ଖସିଯିବାକୁ ମିଛ କହୁଛି। ହେଲେ ପାଗଳଟି ନିଜ ପକେଟରୁ ପରିଚୟ ପତ୍ର ବାହାର କରି ଦେଖାଇଲା। ହାଠାତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ସମସ୍ତେ ପରସ୍ପରକୁ ଖାଲି ଅନାଇଲେ। କିଛି ସମୟ ପରେ ଲୋକଙ୍କ ରାଗ ଶାନ୍ତ ହେଲା ସତ ହେଲେ ସେମାନେ କିଛି ବୁଝିପାରିଲେ ନାହିଁ। ତାପରେ ଲୋକଟିର ବ୍ୟବହାର ମଧ୍ୟ ପରିବର୍ତ୍ତନ ହୋଇଗଲା। ଜଣେ ଶିକ୍ଷିତ ବ୍ୟକ୍ତି ଭାବେ ସେ ବ୍ୟବହାର ପ୍ରଦର୍ଶନ କରିବା ସହିତ ଇଂରାଜୀରେ ମଧ୍ୟ କଥାବାର୍ତ୍ତା କଲେ। ନିଜର ପାଗଳ ବେଶ ପୋଷାକ ମଧ୍ୟ ସବୁ ଖୋଲିଦେଲେ। ତାପରେ ପାଣି ପିଇବାକୁ ମାଗିଲେ। ପାଣି ପିଇ ସାରି ସେ ଯେଉଁସବୁ କଥା ବର୍ଣ୍ଣନା କଲେ ତାହା ଲୋକଙ୍କୁ ଆଶ୍ଚର୍ଯ୍ୟରୁ ଆଶ୍ଚର୍ଯ୍ୟ ଲାଗିଲା।

ପାଗଳା କହିଲା ଆଜ୍ଞା ମୁଁ ହେଉଛି ବ୍ଲକ ଏଡୁକେସନ ଅଫିସର। ଏହି ସ୍କୁଲର ଶିକ୍ଷକମାନେ ନିୟମିତ ସ୍କୁଲକୁ ଆସୁ ନାହାଁନ୍ତି ବୋଲି ଅଭିଯୋଗ ଆସିଥିଲା। ତାହା ତଦାରଖ କରିବା ପାଇଁ ମୁଁ ଏଠାକୁ ଆସିଥିଲି। ଶିକ୍ଷକମାନେ କାଳେ ଜାଣିଦେବେ ସେଥିପାଇଁ ମୁଁ ପାଗଳ ବେଶରେ ଏହି ସ୍କୁଲ ପାଖରେ ବସିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶିକ୍ଷକ ଆସିନାହିଁନ୍ତି। ମୁଁ କୌଣସି ପିଲା ଚୋର ନୁହେଁ। ଏସବୁ ଜାଣିବା ପରେ ଲୋକଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ପ୍ରକୃତରେ ଏହା କୌଣସି ଚଳଚିତ୍ରର କାହାଣୀ ନୁହେଁ। ଏହା ହେଉଛି ଏକ ସତ ଘଟଣା। ଆଉ ଏହି ଘଟଣାଟି ଘଟିଛି ଗଂଜାମ ଜିଲ୍ଲାର ସେରଗଡ ବ୍ଲକରେ। ଆଉ ଯେଉଁ ଶିକ୍ଷା ଅଧିକାରୀ ପାଗଳ ହୋଇଥିଲେ ତାଙ୍କର ନାମ ହେଉଛି ଭାସ୍କର ଲେଙ୍କା। ଏସବୁ ଜାଣିବା ପରେ ଲୋକଙ୍କର ହୋସ ଉଡିଗଲା। ସତଘଟଣା ଜାଣିବା ପରେ ଲୋକଙ୍କ ମୁହଁ ଲାଜରେ ତଳକୁ ହୋଇଗଲା। ଖୁସିରେ ସମସ୍ତେ ଭାସ୍କରବାବୁଙ୍କୁ  କୁଣ୍ଢାଇ ପକାଇଲେ। ଏହି ଘଟଣାଟି ବର୍ତ୍ତମାନ ସାରା ଗଂଜାମ ଜିଲ୍ଲାରେ ଏକ ଚର୍ଚ୍ଚା ବିଷୟ ପାଲିଟିଛି। ଭାସ୍କରଙ୍କ ଏପରି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026
Latest News

କେରଳ ରାଜ୍ୟପାଳଙ୍କ ସହ ମତବିନିମୟ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

February 12, 2026

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ: ଶିକ୍ଷାରେ ନବଚେତନାର ସ୍ପନ୍ଦନ

February 12, 2026

ଆସନ୍ତାକାଲି ‘ସେବା ତୀର୍ଥ’ ଏବଂ ‘କର୍ତ୍ତବ୍ୟ ଭବନ-୧ ଓ ୨’ ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 12, 2026

ଦଳର ଲକ୍ଷ୍ୟ କ’ଣ?: IND vs PAK ମ୍ୟାଚ୍ ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ବଡ ବୟାନ

February 12, 2026

“କୌଣସି ବର୍ଗକୁ ଅପମାନ କରିବା ଭୁଲ”: “ଘୁଷଖୋର ପଣ୍ଡିତ” ର ନିର୍ମାତାଙ୍କୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.