
ଖୋର୍ଦ୍ଧା: ଆଜି ସକାଳ. ଘ 07.00 ଟିକା ସମୟରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରା଼ଣାଙ୍କ ଅଧ୍ୟକ୍ଷତାରେ ପ୍ରଥମ ସକାଳୁଆ ମିଳିତ ଜନ ଅଭିଯୋଗ ଶୁଣlଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିରରେ ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ, ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ ) ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ଖୋର୍ଦ୍ଧା, ଜ୍ୟୋତିଶଙ୍କର ସାହୁ, ଉପ ଜିଲ୍ଲାପାଳ, ଖୋର୍ଦ୍ଧା, କିଶୋର କୁମାର ପଣ୍ଡା ଯୋଗ ଦେଇଥିଲେ।
ଆଜିର ଅଭିଯୋଗ ଶିବିରକୁ ମୋଟ 79 ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ 54 ଗୋଟି ଅଭିଯୋଗ ବ୍ୟକ୍ତିଗତ, 15 ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟା ଜନିତ ଥିଲା l ଜିଲ୍ଲାପାଳ ଅଭିଯୋଗ ସ୍ଥଳରେ 4 ଗୋଟି ଅଭିଯୋଗର ତୁରନ୍ତ ସମାଧାନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 6 ଜଣ ଅଭିଯୋଗ କାରିଙ୍କୁ ମୋଟ 72 ହଜାର ଟଙ୍କା ଆର୍ଥିକ ସାହାୟତା ରାଶି ପ୍ରଦାନ କରିଥିଲେ। ଅନଲାଇନରେ ଆସୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଗୁଡିକୁ ସମ୍ପୃକ୍ତ ଅଧିକାରୀମାନେ ଯତ୍ନବାନ ହୋଇ ସେଗୁଡିକୁ ତୁରନ୍ତ ସମାଧାନ କରିବାକୁ ସେ ନିର୍ଦେଶ ଦେଇଥିଲେ।
ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ଜରୁରୀ ଶ୍ରୀତପା ମିଶ୍ର, ଡେପୁଟି କଲେକ୍ଟର, ଅଭିଯୋଗ, ଆର୍ତ୍ତତ୍ରାଣ ମଲ୍ଲିକ, ସହକାରୀ କଲେକ୍ଟର, ଅଭିଯୋଗ ଭୁବନେଶ୍ୱରୀ କଅଁର, ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ କୁଶୁମ ପ୍ରହରାଜଙ୍କ ସମେତ ବିଭିନ୍ନ ବ୍ଲକର ବି ଡ଼ି ଓ, ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ବରିଷ୍ଠ ଯନ୍ତ୍ରୀ ମାନେ ଯୋଗଦେଇ ଥିଲେ।
ପ୍ରକାଶ ଥାଉକି ଚଳିତ ଏପ୍ରିଲ ମାସରେ 15 ତାରିଖରେ ଟାଙ୍ଗୀ ବ୍ଲକ ଅଧୀନ କୁହୁଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟଠାରେ, 21 ତାରିଖରେ ବାଲିପାଟଣା ବ୍ଲକ ଅମଣାକୁଦ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଏବଂ 28 ତାରିଖ ଖୋର୍ଦ୍ଧା ବ୍ଲକ ବରସାହି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ, ପୁଲିସ ଉପାଯୁକ୍ତଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ସକାଳ 07.00ଘଟିକା ଠାରୁ ପୂର୍ବାହ୍ନ 10.00ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଅଛି। ଏଣୁ ସମ୍ପୃକ୍ତ ଅଂଚଳର ଜନସାଧାରଣ ମାନଙ୍କ ଆପତ୍ତି ଅଭିଯୋଗ ଥିଲେ ସେମାନେ ସେମାନଙ୍କ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଧାର୍ଯ୍ୟ ତାରିଖ ଏବଂ ସମୟରେ ଉପସ୍ଥିତ ରହି ତାହାକୁ ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାଇ ଦିଆଗଲା।