୭୩ ତମ ସର୍ବଭାରତୀୟ ପୋଲିସ ହକି: ପ୍ରଥମ ଦିନରେ ଜିତିଲେ ବି.ଏସ.ଏଫ, ଆଇଟିବିପି ଓ ଝାଡ଼ଖଣ୍ଡ ପୋଲିସ ଦଳ

Published: Apr 8, 2025, 8:32 am IST

ଭୁବନେଶ୍ଵର: ସୋମବାର ଠାରୁ କଳିଙ୍ଗ ଷ୍ଟାଡିୟମ ଠାରେ ୭୩ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୩ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ବି.ଏସ.ଏଫ ଓ ତେଲେଙ୍ଗନା ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ବି.ଏସ.ଏଫ, ତେଲେଙ୍ଗନା ପୋଲିସ ଦଳକୁ ୯-୨ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା।

ସେହିପରି ଆଇଟିବିପି  ଓ ଉତ୍ତରାଖଣ୍ଡ ପୋଲିସ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଆଇଟିବିପି, ଉତ୍ତରାଖଣ୍ଡ ପୋଲିସ ଦଳକୁ ୯ -୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

ତୃତୀୟ ମ୍ୟାଚ ଝାଡ଼ଖଣ୍ଡ ପୋଲିସ ଓ ଛତିଶଗଡ ପୋଲିସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଝାଡ଼ଖଣ୍ଡ ପୋଲିସ ଛତିଶଗଡ ପୋଲିସ ଦଳକୁ ୪-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି।

ରାଜ୍ୟ କାରାଗାର ଓ ସଂସ୍କାର ସେବା ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ରାୟ,  ଅଗ୍ନିଶମ ସେବା ଓ ଗୃହରକ୍ଷୀ ବେସାମରିକ ପ୍ରତିରକ୍ଷା ବିଭାଗର ଆରକ୍ଷୀ ମହାନିର୍ଦ୍ଦେଶକ ଡା. ସୁଧାଂଶୁ ଷଡଙ୍ଗୀ ଓ ପରିବହନ କମିଶନର ଅମିତାଭ ଠାକୁର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି( ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ପ୍ରମୁଖ ବିଭିନ୍ନ ମ୍ୟାଚ ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।

Related posts