କ୍ରୀଷ୍ଟଚର୍ଚ୍ଚରେ ଏକ ଗ୍ୟାସ୍ ଟାଙ୍କି ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ 6 ଜଣ ଆହତ ହୋଇଛନ୍ତି । ଶୁକ୍ରବାର ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଏକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କ୍ରୀଷ୍ଟଚର୍ଚ୍ଚର ଉତ୍ତର ଭାଗରେ ରହିଥିବା ନର୍ଥଉଡ୍ରେ ଏହି ବିସ୍ଫୋରଣ ଘଟିଛି । ପୋଲିସ୍ ଏବଂ ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ସମୟରେ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ଡେବ୍ରିସ୍ର 17ଟି ଘର ଭୟଙ୍କର ଭାବରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ 50 ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏହ ବିସ୍ଫୋରଣ ପରେ ନ୍ୟୁଜିଲ୍ୟାଣ୍ଡରେ ମାର୍ଚ୍ଚ ମାସରେ ହୋଇଥିବା ଆକ୍ରମଣ ମନେ ପଡିଥିଲା । ମାର୍ଚ୍ଚ 15 ତାରିଖରେ ହେଇଥିବା ବିସ୍ଫୋରଣରେ 51 ଜଣ ନିହତ ହୋଇଥିଲେ ।