Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ
ଆଜିର ଖବର

ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ବାତିଲ ହେବ ଏହି ସବୁ ଟ୍ରେନ

April 8, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବୁଢାପଙ୍କ-ଶାଳଗାଁ 3ୟ ଏବଂ 4ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ 27.28 କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ମେରାମଣ୍ଡଳୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ଲିଙ୍କିଂ ଏବଂ ନନ-ଇଣ୍ଟରଲକିଙ୍ଗ ଜନିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି।

ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ନିର୍ମାଣ କାର୍ଯ୍ୟଗୁଡିକର ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ସେବାକୁ ସାମୟିକ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅନେକ ଟ୍ରେନ୍ ଏପ୍ରିଲ୍ 2025 ର 13 ରୁ 24 ତାରିଖ ମଧ୍ୟରେ ନିର୍ଧାରିତ ଦିନମାନଙ୍କରେ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରିବ। ଟ୍ରେନ ଯାତ୍ରୀ ମାନଙ୍କର ଅସୁବିଧାକୁ ହ୍ରାସ କରିବାର ମୂଳ ଲକ୍ଷ୍ୟ ସହିତ ଏହି ପରିବର୍ତ୍ତନ କରାଯାଇଛି।

ଟ୍ରେନ୍ ସେବା ବାତିଲ୍:

ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ ହେବ:

* 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍

– ଭୁବନେଶ୍ୱରରୁ ବାତିଲ: 13 ଏପ୍ରିଲରୁ 23 ଏପ୍ରିଲ

– ଧାନବାଦ୍ ରୁ ବାତିଲ: 14 ଏପ୍ରିଲରୁ 24 ଏପ୍ରିଲ

* 18422/18421 ସୋନପୁର-ପୁରୀ-ସୋନପୁର ଏକ୍ସପ୍ରେସ

– ସୋନପୁରରୁ ବାତିଲ: 18 ଏପ୍ରିଲ
– ପୁରୀରୁ ବାତିଲ: 17 ଏପ୍ରିଲ

* 20813/20814 ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ

– ପୁରୀରୁ ବାତିଲ: 16 ଏପ୍ରିଲ

– ଯୋଧପୁରରୁ ବାତିଲ: 19 ଏପ୍ରିଲ

* 18125/18126 ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ

– ରାଉରକେଲା ରୁ ବାତିଲ: 13 ଏପ୍ରିଲରୁ 23 ଏପ୍ରିଲ

– ପୁରୀରୁ ବାତିଲ: 14 ଏପ୍ରିଲରୁ 24 ଏପ୍ରିଲ

* 12145/12146 ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ

– ଏଲଟିଟି ରୁ ବାତିଲ୍: 13 ଏପ୍ରିଲ୍

– ପୁରୀରୁ ବାତିଲ: 15 ଏପ୍ରିଲ

* 12993/12994 ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍

– ଗାନ୍ଧୀଧାମରୁ ବାତିଲ: 18 ଏପ୍ରିଲ

– ପୁରୀରୁ ବାତିଲ୍: 21 ଏପ୍ରିଲ୍

* 22805/22806 ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ

– ଭୁବନେଶ୍ୱରରୁ ବାତିଲ: 12 ଓ 19 ଏପ୍ରିଲ

– ଆନନ୍ଦ ବିହାରରୁ ବାତିଲ: 14 ଓ 21 ଏପ୍ରିଲ

* 20917/20918 ଇନ୍ଦୋର-ପୁରୀ-ଇନ୍ଦୋର ଏକ୍ସପ୍ରେସ

– ଇନ୍ଦୋରରୁ ବାତିଲ୍: 15 ଏବଂ 22 ଏପ୍ରିଲ୍

– ପୁରୀରୁ ବାତିଲ୍: 17 ଏବଂ 24 ଏପ୍ରିଲ୍

* 18117/18118 ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ

– ରାଉରକେଲା ରୁ ବାତିଲ୍: 14 ଏପ୍ରିଲ୍ ରୁ 22 ଏପ୍ରିଲ୍
– ଗୁଣୁପୁରରୁ ବାତିଲ: 15 ଏପ୍ରିଲରୁ 23 ଏପ୍ରିଲ

* 20832/20831 ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ

– ସମ୍ବଲପୁରରୁ ବାତିଲ: 15, 17, 20 ଏବଂ 22 ଏପ୍ରିଲ

– ଶାଲିମାରରୁ ବାତିଲ୍: 16, 18, 21 ଏବଂ 23 ଏପ୍ରିଲ

* 20804/20803 ସମ୍ବଲପୁର-ଶାଲିମାର-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ

– ସମ୍ବଲପୁରରୁ ବାତିଲ: 18 ଏପ୍ରିଲ

– ଶାଲିମାରରୁ ବାତିଲ: 19 ଏପ୍ରିଲ

ଟ୍ରେନ୍ ସେବାଗୁଡିକର ମାର୍ଗ ପରିବର୍ତ୍ତନ

ନିମ୍ନଲିଖିତ ଟ୍ରେନ୍ ଗୁଡିକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ:

17 ଏବଂ 21 ଏପ୍ରିଲ 2025 ରେ ଭୁବନେଶ୍ୱରରୁ 12880 ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ; 22 ଏପ୍ରିଲ, 2025 ରେ ପୁରୀରୁ 22866 ପୁରୀ-ଏଲଟିଟି ଏକ୍ସପ୍ରେସ ଏବଂ 20472 ପୁରୀ-ଲାଲଗଡ଼ (ବିକାନେର) ଏକ୍ସପ୍ରେସ ପୁରୀରୁ 16 ଏପ୍ରିଲ, ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଏଲଟିଟିରୁ 17 ଏପ୍ରିଲ, ୨୦୪୭୧ ଲାଲଗଡ଼-ପୁରୀ ଏକ୍ସପ୍ରେସ ଲାଲଗଡ଼ରୁ 22 ଏପ୍ରିଲ ଦିନ ମାର୍ଗ ପରିବର୍ତ୍ତନ କରି ଭାୟା ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ଦେଇ ଚଳାଚଳ କରିବ।

20807/20808 ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ 16, 19 ଓ 20 ଏପ୍ରିଲ, 2025 ରେ ଏବଂ ବିଶାଖାପାଟନମରୁ 18, 19 ଓ 22 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ।

20823 ପୁରୀ-ଆଜମେର ଏକ୍ସପ୍ରେସ ପୁରୀରୁ 17 ଏବଂ 21 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ-ଲାଖୋଲି ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ।

20824 ଆଜମେର-ପୁରୀ ଏକ୍ସପ୍ରେସ ଆଜମେରରୁ 15 ଏବଂ 17 ଏପ୍ରିଲରେ; 22828 ସୁରଟ-ପୁରୀ ଏକ୍ସପ୍ରେସ ସୁରଟରୁ 15 ଏପ୍ରିଲରେ; 20861/20862 ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ 16 ଏପ୍ରିଲରେ ପୁରୀରୁ ଏବଂ 18 ଏପ୍ରିଲ, 2025 ରେ ଅହମ୍ମଦାବାଦରୁ; 22827 ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ 20 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ।

22909/22910 ଭାଲସାଡ-ପୁରୀ-ଭାଲସାଡ ଏକ୍ସପ୍ରେସ 17 ଏପ୍ରିଲରେ ଭାଲସାଡରୁ ଏବଂ ପୁରୀରୁ 20 ଏପ୍ରିଲ 2025 ରେ ମାର୍ଗ ପରିବର୍ତ୍ତନ କରି ଭାୟା ଇବ, ଝାରସୁଗୁଡା-ରାଉରକେଲା-ଜାରୋଲି-ଜଖପୁରା ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ।

ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ରେଳ ୱେବସାଇଟ୍, ଷ୍ଟେସନ୍ କିମ୍ବା ହେଲ୍ପଲାଇନ ମାଧ୍ୟମରେ ସେମାନଙ୍କ ଟ୍ରେନ୍ ସେବା ବିଷୟରେ ଅବଗତ ରହିବାକୁ ଅନୁରୋଧ କରିଛି। ଯାତ୍ରୀମାନେ ସେମାନଙ୍କର ଯାତ୍ରା ସୁନିଶ୍ଚିତ କରିବାକୁ ଯାତ୍ରା ତାରିଖ ପୂର୍ବରୁ ଟ୍ରେନ୍ କାର୍ଯ୍ୟସୂଚୀ ଏବଂ ମାର୍ଗ ପରିବର୍ତ୍ତନ ରୁଟ୍ ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରିଛି।

ଏହି ଆବଶ୍ୟକୀୟ ନିରାପତ୍ତା ଏବଂ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଘଟୁଥିବା ଅସୁବିଧାକୁ ଭାରତୀୟ ରେଳ ଦୁଖାପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ସହଯୋଗ କାମନା କରୁଛି।

ଆଧୁନିକୀକରଣ କାର୍ଯ୍ୟ ନିରାପତ୍ତା ସମ୍ବନ୍ଧୀୟ ମେରାମଣ୍ଡଳୀ ରେଳ ଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.