ଆଇସିସି ହଲ୍ ଅଫ୍ ଫେମ୍ରେ ସ୍ଥାନ ପାଇଛନ୍ତି ସଚିନ୍ ତେନ୍ଦୁଲକର ଏବଂ ଆଲାନ୍ ଡୋନାଲ୍ଡ । ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏବଂ ଦକ୍ଷିଣ ଆଫ୍ରିକା ପେସ୍ ବୋଲର ଆଲାନ୍ ଡୋନାଲ୍ଡଙ୍କୁ ଆଇସିସିର ହଲ୍ ଅଫ୍ ଫେମ୍ରେ ସାମିଲ କରାଯିବା ପରେ ଉଭୟ ଖେଳାଳି ନିଜର ଖୁସି ଜାହିର କରିଛନ୍ତି । ଏହି ଦୁଇ ଜଣଙ୍କ ସହିତ ଦୁଇ ଥର ବିଶ୍ବକପ୍ ବିଜୟୀ ଅଷ୍ଟ୍ରେଲିଆ ମହିଳା ଦଳର ସଦସ୍ୟ କ୍ୟାଥେରିନ୍ ଫ୍ଲିଜପ୍ୟାଟ୍ରିକ୍ଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ସାମିଲ ହୋଇଥିବରୁ ଗୌରବାନ୍ବିତ ମନେ କରୁଛି ବୋଲି ପ୍ରକାଶ କରିଛନ୍ତି ତେନ୍ଦୁଲକର । ତେନ୍ଦୁଲକର 100ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ 34357 ରନ୍ ସଂଗ୍ରହ କରିଛନ୍ତି । ସେହିପରି 2003ରେ ଅବସର ଗ୍ରହଣ କରିଥିବା ଡୋନାଲ୍ଡ 330 ଟେଷ୍ଟ ଓ୍ବିକେଟ୍ ଏବଂ 272 ଦିନିକିଆ ଓ୍ବିକେଟ୍ ହାସଲ କରିଛନ୍ତି । ଫ୍ଲିଜ୍ପ୍ୟାଟ୍ରିକ୍ 180 ଦିନିକିଆ ଓ୍ବିକେଟ୍ ଅକ୍ତିଆର କରିଛନ୍ତି ।