ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ବଡ ଘୋଷଣା, ପଶ୍ଚିମବଂଗରେ ଲାଗୁ ହେବ ନାହିଁ ୱାକଫ୍ ସଂଶୋଧିତ ବିଲ୍

Published: Apr 9, 2025, 6:19 pm IST
mamata-banarjee

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ ରାଜ୍ୟରେ ୱାକଫ (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବ ନାହିଁ। କୋଲକାତାର ଜୈନ ସମ୍ପ୍ରଦାୟର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବାନାର୍ଜୀ କହିଛନ୍ତି ଯେ ସେ ସଂଖ୍ୟାଲଘୁ ଲୋକଙ୍କୁ ଏବଂ ସେମାନଙ୍କ ସମ୍ପତ୍ତିକୁ ରକ୍ଷା କରିବେ।

ସେ କହିଛନ୍ତି, “ମୁଁ ଜାଣେ ୱାକଫ ଆକ୍ଟ ଲାଗୁ ଯୋଗୁଁ ଆପଣମାନେ ସମସ୍ତେ ଦୁଃଖିତ। ହେଲେ ବିଶ୍ବାସ କର, ବଙ୍ଗଳାରେ ସେମିତି କିଛି ଘଟିବ ନାହିଁ। ଏଥିପାଇଁ ରାଜ୍ୟରେ ହୁଏତଏକ ରାଜନୈତିକ ଆନ୍ଦୋଳନ ମୁଣ୍ଡ ଟେକିପାରେ, ହେଲେ ତା ଉପରେ କେହି ନଜର ଦେବା ଦରକାର ନାହିଁ।

ମଙ୍ଗଳବାର ମୁରସିଦାବାଦ ଜିଲ୍ଲାର ୱାକଫ (ସଂଶୋଧନ) ବିଲ୍ ଉପରେ ହୋଇଥିବା ହିଂସା ବିଷୟରେ ସେ କହିଛନ୍ତି, “ବାଂଲାଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପରିସ୍ଥିତି ଦେଖନ୍ତୁ।  ୱାକଫ୍ ବିଲ୍ ଯଦି ପାସ ହୋଇ ନ ଥାନ୍ତା ତେବେ ସେଠାରେ ସେମିତି କିଛି ଅପ୍ରିତିକର ପରିସ୍ଥିତି ଉପୁଜି ନ ଥାଆନ୍ତା।

ମମତାଙ୍କ ଏପରି ବିବୃତି ପରେ ଜାତୀୟ ରାଜନୀତିରେ ବେଶ ଚହଳ ସୃଷ୍ଟି କରିଛି।

Related posts