ଚଳିତ ବିଜେପି ସରକାର 2024 ସୁଦ୍ଧା ଭାରତୀୟ ଅର୍ଥନୀତି 5 ଟ୍ରିଲିୟନ୍ ଛୁଇଁବ ବୋଲି ଅନୁମାନ ଲଗାଇଛନ୍ତି । ଏହାକୁ ନେଇ ମତ ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । 5 ଟ୍ରିଲିୟନ୍ ଅର୍ଥନୀତି ସ୍ବର୍ଗରୁ ଆସିନଥାଏ । ଏହି ଅର୍ଥନୀତି ସିଧାସଳଖ ସ୍ବର୍ଗରୁ ଆସିନଥାଏ ବରଂ ଏଥି ନେଇ ପୂର୍ବ ସରକାର ମାନଙ୍କର ବୃହତ୍ତର ଅବଦାନ ରହିଛି । ଗୁରୁବାର ପ୍ରଣବ ମୁଖାର୍ଜୀ ଏକ ସାକ୍ଷାତକାରରେ ଏ ସମ୍ପର୍କରେ ନିଜର ମତ ପ୍ରକାଶ କରିଛନ୍ତି । ’ଯୋଜନା କମିଶନଙ୍କ ଅନୁମାନ ଅନୁଯାୟୀ ଘରୋଇ ଅଭିବୃଦ୍ଧି ହାର ଲକ୍ଷ୍ୟ 5 ଟ୍ରିଲିୟନ୍ ରହିଛି । 5ଟ୍ରିଲିୟନ୍ ଅର୍ଥନୀତି ନିମନ୍ତେ ବିଜେପି ସମସ୍ତ ଶ୍ରେୟ ନେବାକୁ ଚାହୁଁଛି । ମାତ୍ର ପୂର୍ବରୁ କାର୍ଯ୍ୟ କରିଥିବା ସରକାର ମାନଙ୍କର ଏହି ଦିଗରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି । ମୋଦି ସର୍ବଦା କଂଗ୍ରେସକୁ ସମାଲୋଚନା କରୁଛନ୍ତି ମାତ୍ର 55 ବର୍ଷର ଶାସନରେ କଂଗ୍ରେସ ଦେଶର ଅର୍ଥନୀତିକୁ ସୁଦୃଢ କରିବାର ମୂଳଦୂଆ ପକାଇଛି । ଭାରତୀୟ ଅର୍ଥନୀତିକୁ ଶୂନରୁ 1.8 ଟ୍ରିଲିୟନ୍ରେ ପହଞ୍ଚାଇଥିଲା କଂଗ୍ରେସ ତେଣୁ ମୋଦି ଏହାକୁ ଭୁଲିଯିବା ଅନୁଚିତ୍ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀ ପ୍ରକାଶ କରିଛନ୍ତି ।