Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଣ୍ଡନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ତ୍ରୟୋଦଶ ଅର୍ଥନୈତିକ ଆଲୋଚନା ଅନୁଷ୍ଠିତ
ଆଜିର ଖବର

ଲଣ୍ଡନରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ତ୍ରୟୋଦଶ ଅର୍ଥନୈତିକ ଆଲୋଚନା ଅନୁଷ୍ଠିତ

April 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତ-ବ୍ରିଟେନ ଅର୍ଥନୈତିକ ଏବଂ ଆର୍ଥିକ ବାର୍ତ୍ତାଳାପ (ଇଏଫଡି) ର ୧୩ତମ ମନ୍ତ୍ରୀସ୍ତରୀୟ ବୈଠକ ଆଜି ଲଣ୍ଡନରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ବ୍ରିଟେନର ପ୍ରତିନିଧି ଦଳ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଥିଲେ, ଯାହାର ନେତୃତ୍ୱ ନେଇଥିଲେ ବ୍ରିଟେନର ଚାନସେଲର ଅଫ୍‍ ଦି ଏକ୍ସଚେକର ମାନ୍ୟବର ରାଚେଲ ରିଭସ୍।

ଭାରତୀୟ ପ୍ରତିନିଧି ଦଳରେ ଅର୍ଥ ସଚିବ, ଆଇଏଫଏସସିଏ ର ଅଧ୍ୟକ୍ଷ, ସେବି ର ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ଅର୍ଥ ମନ୍ତ୍ରଣାଳୟ ଏବଂ ଲଣ୍ଡନରେ ଥିବା ଭାରତୀୟ ହାଇ କମିଶନର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ। ଆରବିଆଇ ଗଭର୍ଣ୍ଣର ମଧ୍ୟ ଭର୍ଚୁଆଲ ମୋଡରେ ଏହି ବୈଠକରେ ଯୋଗ ଦେଇଥିଲେ। ବ୍ରିଟେନର ପ୍ରତିନିଧି ଦଳରେ ବ୍ୟାଙ୍କ ଅଫ୍ ଇଂଲଣ୍ଡର ଗଭର୍ଣ୍ଣର, ଏଫସିଏ ସିଇଓ, ଟ୍ରେଜେରୀର ଅର୍ଥନୈତିକ ସଚିବ ଏବଂ ଏଚ୍ଏମ୍ ଟ୍ରେଜେରୀର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ଉଭୟ ପକ୍ଷ ଆର୍ଥିକ ସେବା କ୍ଷେତ୍ର, ଫିନଟେକ୍‍ ଏବଂ ଡିଜିଟାଲ୍ ଅର୍ଥବ୍ୟବସ୍ଥା ଏବଂ ସମ୍ପୃକ୍ତ ନିୟାମକ ସଂସ୍ଥା ମଧ୍ୟରେ ସହଯୋଗ ଜାରି ରଖିବା; କମ୍ ଅଙ୍ଗାରକାମ୍ଳ ଯୁକ୍ତ ଆର୍ଥିକ ଅଭିବୃଦ୍ଧି, ଟିକସ ମାମଲା ଏବଂ ବେଆଇନ ଆର୍ଥିକ ପ୍ରବାହ ପାଇଁ ସୁଲଭ ଅର୍ଥ ଏବଂ ନିବେଶ ସଂଗ୍ରହ ସମେତ ପାରସ୍ପରିକ ଏବଂ ବିଶ୍ୱସ୍ତରୀୟ ଆର୍ଥିକ ପ୍ରସଙ୍ଗର ସମାଧାନ ପାଇଁ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ମଞ୍ଚରେ ସହଯୋଗ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ନିକଟରେ ବ୍ରିଟେନର ବିଶ୍ୱବିଦ୍ୟାଳୟଗୁଡ଼ିକ ଭାରତରେ କ୍ୟାମ୍ପସ୍ ପ୍ରତିଷ୍ଠା କରିବା, ଆଇଏଫ୍ଏସସି ଗିଫ୍ଟ୍ ସିଟିରେ ସିଧାସଳଖ ତାଲିକାଭୁକ୍ତ ହେବା ଉପରେ ଭାରତ-ବ୍ରିଟେନ ଆର୍ଥିକ ଭାଗିଦାରୀ (ଆଇୟୁକେଏଫପି) ର ରିପୋର୍ଟ ପ୍ରକାଶ, ଆଇୟୁକେଏଫପି ର ତତ୍ତ୍ୱାବଧାନରେ ସବୁଜ ଅର୍ଥବ୍ୟବସ୍ଥା ଉପରେ ଘରୋଇ କ୍ଷେତ୍ରର ନୂତନ କାର୍ଯ୍ୟଧାରାର ଶୁଭାରମ୍ଭ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଉଭୟ ପକ୍ଷ ସ୍ୱାଗତ କରିଥିଲେ।

ଭାରତର କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ ବ୍ରିଟେନର ଚାନସେଲର ଅଫ୍‍ ଏକ୍ସଚେକରଙ୍କ ଦ୍ୱାରା ମିଳିତ ବିବୃତ୍ତିକୁ ଗ୍ରହଣ କରିବା ସହିତ ୧୩ତମ ଇଏଫଡି ସମାପ୍ତ ହୋଇଥିଲା।

ଅର୍ଥ ମନ୍ତ୍ରଣାଳୟ ବ୍ରିଟେନ ଭାରତ ଲଣ୍ଡନ
Share. Facebook Twitter LinkedIn Email WhatsApp Copy Link

Related Posts

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025

ଗାଜା ଶାନ୍ତି ଚୁକ୍ତି ସମ୍ପର୍କରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ, ଯୁଦ୍ଧ ରୋକିବାକୁ କଲେ ନିବେଦନ

September 30, 2025

Bathukamma Festival: ୭ ଟନ ଫୁଲରେ ନିର୍ମାଣ ହେଲା ତୋରଣ, ମିଳିଲା ଦୁଇଟି ବିଶ୍ବ ରେକର୍ଡ

September 30, 2025

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025
Latest News

ଛଟ୍ ପୂଜା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କଲେ ଏକ ବଡ ଘୋଷଣା

September 30, 2025

ଗାଜା ଶାନ୍ତି ଚୁକ୍ତି ସମ୍ପର୍କରେ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନ, ଯୁଦ୍ଧ ରୋକିବାକୁ କଲେ ନିବେଦନ

September 30, 2025

Bathukamma Festival: ୭ ଟନ ଫୁଲରେ ନିର୍ମାଣ ହେଲା ତୋରଣ, ମିଳିଲା ଦୁଇଟି ବିଶ୍ବ ରେକର୍ଡ

September 30, 2025

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.