ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଦକ୍ଷିଣ ଉପକୂଳକୁ ଲାଗି ପୁଣି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହା ଲଘୁଚାପର ରୂପ ନେଇଛି । ଫଳରେ ଆସନ୍ତା 4ରୁ 5 ଦିନ ଧରି ଓଡ଼ିଶାର ଅଧିକାଂଶ ସ୍ଥାନରେ ରେ ପ୍ରବଳ ବର୍ଷା ଲାଗି ରହିବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ସ୍ୱଭାବିକ ଠାରୁ କମ ପରିମାଣର ବର୍ଷା ହୋଇଛି । ପୂର୍ବ ବର୍ଷ ଅପେକ୍ଷା ଏଥର 26 ପ୍ରତିଶତ କମ ବର୍ଷା ହୋଇଛି । ଫଳରେ ଚାଷଜମିରେ ମରୁଡ଼ିସ୍ଥିତି ଦେଖା ଦେଲାଣି । ଦକ୍ଷିଣ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ସାଇକେତଲାନିକ ସରକ୍ୟୁଲେସନ ଦ୍ୱାରା ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଗୋପାଳପୁରରେ ସର୍ବାଧିକ 93 ମିମି ବର୍ଷା ରେକର୍ଡ଼ କରାଯାଇଛି । ଚଳିତ ଥର ଜୁନରେ ମୈସୁମୀ ଛୁଇଁଥିଲେ ମଧ୍ୟ ଜୁଲାଇ ମାସ ଯାଏଁ ବର୍ଷା ପରିମାଣ କମ ରହିଛି କିନ୍ତୁ ଆଗକୁ ବର୍ଷା ସ୍ୱଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।