ଆଦିବାସୀ ସେବାଶ୍ରମରେ ଛାତ୍ରୀ ଗର୍ଭବତୀ ହେବା ଘଟଣା ପୁନର୍ବାର ସମ୍ମୁଖକୁ ଆସିଛି । କନ୍ଧମାଳ ଏବଂ ଢେଙ୍କାନାଳରେ ଏପରି ସଙ୍ଗୀନ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି କନ୍ଧମାଳ ଜିଲ୍ଲାରେ ଏପରି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ବେଲଘର ଅଂଚଳରେ ଥିବା ଏକ ଛାତ୍ରୀ ନିବାସରେ ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଜଣାପଡିଛି । ସୂଚନାନୁସାରେ, ବାଲିଗୁଡା ଅଂଚଳରେ ଥିବା ବେଳଘର ଠାରେ ଏକ ଆଦିବାସୀ ସେବାଶ୍ରମ ରହିଛି । ଆଜି ଏହି ସେବାଶ୍ରମର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି । ଘଟଣା ସାମ୍ନାକୁ ଆସିବା ପରେ ସେବାଶ୍ରମର ପ୍ରଧାନଶିକ୍ଷକ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ଆଧାରରେ ଜନୈକ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଜଣେ କଲେଜ ଛାତ୍ର ବୋଲି ଜଣାପଡିଛି ।