Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟପାଳଙ୍କ ଆଦେଶଙ୍କୁ ବାଚସ୍ପତିଙ୍କ ବେଖାତିର୍‌ : ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଆଜିର ଖବର

ରାଜ୍ୟପାଳଙ୍କ ଆଦେଶଙ୍କୁ ବାଚସ୍ପତିଙ୍କ ବେଖାତିର୍‌ : ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

July 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ରାଜନୀତିରେ ପ୍ରତ୍ୟେକ ଦିନ ରୋଚକ ମୋଡ଼ ଦେଖିବାକୁ ମିଳୁଛି । ଆଜି ଦିନ ୧ଟା ୩୦ ମଧ୍ୟରେ ଆସ୍ଥା ଭୋଟ ହେବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏବେ ବାଚସ୍ପତି ଏହାକୁ ବେଖାତିର କରି ଆଲୋଚନା ପରେ ଆସ୍ଥା ଭୋଟ ହେବ ବୋଲି କହିଛନ୍ତି । ଏହାସହ ସେ ଗୃହକୁ ମୁଲତବି ମଧ୍ୟ ଘୋଷଣା କରିଛନ୍ତି । ବାଚସ୍ପତି ପୂର୍ବରୁ ଅନାସ୍ଥାପ୍ରସ୍ତାବ ହାସଲ ପାଇଁ ଗୁରୁବାର ସମୟ ନିର୍ଦ୍ଧାରଣ କରିଥିଲେ କିନ୍ତୁ ସନ୍ଧ୍ୟା ହେବା ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖି ଦେଇଥିଲେ । ଫଳରେ ଭାରତୀୟ ଜନତା ପାର୍ଟିର ବିଧାୟକମାନେ ଅମଙ୍ଗ ହୋଇଯାଇଥିଲେ । ସେମାନେ ଶକ୍ତି ପରୀକ୍ଷା ଗୁରୁବାର ହିଁ କରାଯାଉ ବୋଲି ଦାବି କରିଥିଲେ  । ରାଜ୍ୟପାଳ ମଧ୍ୟ ବାଚସ୍ପତିଙ୍କୁ କହିଥିଲେ ଯେ, ଗୁରୁବାର ଦିନ ହିଁ ଅନାସ୍ଥାପ୍ରସ୍ଥାବ ଆଗତ କରାଯାଉ କିନ୍ତୁ ବାଚସ୍ପତି ନିଜର ଜିଦରୁ ଓହରି ନଥିଲେ ।  କର୍ଣ୍ଣାଟକରେ ଦେଖାଯାଇଥିବା ରାଜନୈତିକ ସଂକଟ ପାଇଁ ରାଜ୍ୟପାଳ ବଜୁ ଭାଇ ୱାଲା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ ଚିଠି ଲେଖି ଶୁକ୍ରବାର ଅପରାହ୍ଣ ୧ଟା ୩୦ରେ ନିଜର ବହୁମତ ପ୍ରମାଣିତ କରନ୍ତୁ ବୋଲି କହିଥିଲେ ।  ରାଜ୍ୟପାଳଙ୍କ ଡେଡଲାଇନ ସରି ଆସୁଥିବା ଦେଖି ବିଜେପି ବିଧାୟକମାନେ ଆଜି ଗୃହରେ ନାରାବାଜି କରିଥିଲେ । କିନ୍ତୁ ଆଲୋଚନା ପୂର୍ବରୁ ଆସ୍ଥା ଭୋଟ ହେବ ନାହିଁ ବୋଲି ବାଚସ୍ପତି କହିବା ସହ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଛନ୍ତି  । ଏପରିକି ଆସ୍ଥାଭୋଟକୁ ମଧ୍ୟ ଏଡାଇ ଦେଇଛନ୍ତି ବାଚସ୍ପତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026
Latest News

ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ: ୩୩ ବଲ୍‌ରେ ଶତକ ହାସଲ କଲେ ଆଲେନ୍

March 4, 2026

ବାହାରିନରେ ଫସି ରହିଛନ୍ତି ୧୦୦ ରୁ ଅଧିକ ଭାରତୀୟ: ସାହାଯ୍ୟ ପାଇଁ ନିବେଦନ କଲେ ପରିବାର

March 4, 2026

ଟି-୨୦ ବିଶ୍ୱକପରେ ଖରାପ ପ୍ରଦର୍ଶନର ପ୍ରଭାବ: ପାକିସ୍ତାନ ଦଳରୁ ବାଦ ପଡ଼ିଲେ ବାବର ଆଜମ

March 4, 2026

ଶରଦ ପାୱାରଙ୍କ ଯୋଗୁଁ ମହାରଷ୍ଟ୍ରର ସମସ୍ତ ରାଜ୍ୟସଭା ଆସନ ନିର୍ବିରୋଧୀ ହେବ କି?: ଜାଣନ୍ତୁ ଗଣତି

March 4, 2026

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରାର ଶୁଭାରମ୍ଭ: ଶୁଭ ମୁହୂର୍ତ୍ତରେ ପଡ଼ିଲା ଶୁଭ ଖୁଣ୍ଟି

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.