ରାଜଧାନୀ ଭୁବନେଶ୍ୱରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି । ଏସବୁକୁ ନିୟନ୍ତ୍ରଣ କରିବାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପୋଲିସକୁ ୨ଭାଗ କରିବାକୁ ପୋଲିସ କମିସନର ସତ୍ୟଜିତ ମହାନ୍ତି ପକ୍ଷରୁ ଡିଜିପିଙ୍କୁ ପ୍ରସ୍ତାବ ଦିଆଯାଇଛି । ଭୁବନେଶ୍ବରରେ ଯାନବାହନ ବୃଦ୍ଧି ସାଙ୍ଗକୁ ଘଟଣା ଓ ଦୁର୍ଘଟଣା ମଧ୍ୟ ବୃଦ୍ଧି ହେଉଛି । ଏଥିପାଇଁ ଭୁବନେଶ୍ୱର ପୋଲିସ ବିଭାଗକୁ ୨ଟି ସହରାଂଚଳ ପୋଲିସ ଜିଲ୍ଲାରେ ଭାଗ କରିବାକୁ ବିଭାଗ ପକ୍ଷରୁ ଡିଜିପି ପ୍ରସ୍ତାବ ଦିଆଯାଇଛି । ଉତ୍ତର ଏବଂ ଦକ୍ଷିଣ ଭୁବନେଶ୍ୱର ପୋଲିସ ରହିବେ । ଭୁବନେଶ୍ୱରରେ ଏଣିକି ଜଣକ ବଦଳରେ ଦୁଇଜଣ ଡିସିପି ରହିବେ। ପ୍ରତି ଡିସିପିଙ୍କ ଅଧିନରେ ୧୧ଟି ଲେଖାଏଁ ଥାନା ରହିବ । ଏହା ସହ ଭୁବନେଶ୍ୱରରେ ଆଉ ତିନୋଟି ନୂଆ ଥାନା ଗଠନ ପାଇଁ ପୋଲିସ କମିସନର ସତ୍ୟଜିତ ମହାନ୍ତି ଡିଜିପିଙ୍କୁ ପ୍ରସ୍ତାବ ଦେଇଛନ୍ତି ।
Tags: