
ଢେଙ୍କାନାଳ: କେନ୍ଦ୍ର ସରକାରଙ୍କ ଢେଙ୍କାନାଳ ଠାରେ ଥିବା ଭାରତୀୟ ଜନ ସଂଚାର ସଂସ୍ଥାନରେ ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା କରିବା ପାଇଁ ଦରଖାସ୍ତ ଗ୍ରହଣ ଜାରି ରହିଛି। ଆବେଦନକାରୀ ଅନଲାଇନ/ଅଫଲାଇନରେ ଆବେଦନ କରିପାରିବେ।ସେଥିପାଇଁ କଟକ ବକ୍ସି ବଜାର ଠାରେ ଥିବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରାମାଣିକରଣ କାର୍ଯ୍ୟାଳୟ ଓ ଭୁବନେଶ୍ୱର ଠାରେ ଥିବା ପତ୍ର ସୂଚନା କାର୍ଯାଳୟରେ ଫର୍ମ ମିଳୁଛି।
ପ୍ରବେଶିକା ପରୀକ୍ଷା ପାଇଁ ଦରଖାସ୍ତ ସହ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା ଓ ଅନ୍ୟାନ୍ୟ ବରଂ ପ୍ରାର୍ଥୀଙ୍କ ପାଇଁ ୩୫୦ ଟଙ୍କା ରଖାଯାଇଛି। ଆବେଦନର ଶେଷ ତାରିଖ ଚଳିତ ମାସ ୩୦ ତାରିଖ ରଖାଯାଇଛି।