ସନ୍ଧ୍ୟା ୬ଟା ସୁଦ୍ଧା ସଂଖ୍ୟା ଗରିଷ୍ଠ ପ୍ରମାଣିତ କରିବାକୁ କୁମାରସ୍ବାମୀଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

Published: Jul 19, 2019, 5:27 pm IST

କର୍ଣ୍ଣାଟକରେ ଜାରି ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ବଜୁଭାଇ ଭାଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ଵାମୀଙ୍କୁ ସନ୍ଧ୍ୟା ୬ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ରାଜ୍ୟପାଳ ବଜୁଭାଇ ଭାଲା ଗୁରୁବାର କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେଆର ରମେଶଙ୍କୁ ଚିଠି ଲେଖି ଗୁରୁବାର ଦିନ ଶେଷ ସୁଦ୍ଧା ଆସ୍ଥା ପ୍ରସ୍ତାବ ଉପରେ ମତଦାନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ବେଖାତିର କରି ବାଚସ୍ପତି ମତଦାନ ନକରାଇ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ତେବେ ଆଜି ସନ୍ଧ୍ୟା ୬ଟାରେ କର୍ଣ୍ଣାଟକ ରାଜନୀତି ସଂକଟର କ୍ଲାଇମାକ୍ସ ଆସିବ ବୋଲି ଜଣାପଡୁଛି।

Related posts