୫ଟି ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷରେ ଖଲାସ

Published: Jul 19, 2019, 5:41 pm IST

ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ୫ଟି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଦୌରାଜଜ କୋର୍ଟରେ ବହୁ ଚର୍ଚ୍ଚିତ ମାଓ ସଂଗଠନର ମୁଖ୍ୟ ନେତା ସବ୍ୟସାଚୀ ପଣ୍ଡାଙ୍କ ନାଁରେ ଥିବା ପାଞ୍ଚଟି ମାମଲାର ଆଜି ଶୁଣାଣି କରାଯାଇଥିଲା । କଡ଼ା ସୁରକ୍ଷାରେ ସବ୍ୟସାଚୀଙ୍କୁ ହାଜର କରାଯାଇଥିଲା । ତାଙ୍କ ନାଁରେ ୨୦୦୯ ଟାୱାର ପୋଡ଼ି , ୨୦୧୨ ସରକାରୀ ବସ ପୋଡ଼ି ସମେତ ୫ଟି ମାମଲା ରହିଥିଲା । ଯାହାର ଆଜି ଶୁଶାଣୀ କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

Related posts