Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରୁ ଚୋରୀ ହୋଇଥିବା ପିଲା ମିଳିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପିଲାର ମା’
ଆଜିର ଖବର

ଭୁବନେଶ୍ୱରରୁ ଚୋରୀ ହୋଇଥିବା ପିଲା ମିଳିବା ଘଟଣା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପିଲାର ମା’

April 15, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପିଲାଚୋରି ଆମ ଦେଶରେ ଏକ ବଡ ସମସ୍ୟା । ପିଲାଙ୍କୁ ଝୁରି ଝୁରି ହଜାର ହଜାର ମା, ବାପାଙ୍କ ବର୍ଷବର୍ଷ ଧରି ଆଖରୁ ଲୁହ ଶୁଖୁନି । ଗତ ରବିବାର ଦିନ ରାଜଧାନୀର ଛାତି ଉପରେ ରାମ ମନ୍ଦିର ସାମ୍ନାରୁ ଏକ ଦୃଷ୍ଟିବାତ ମା କୋଳରୁ ଦେଢବର୍ଷର ଶିଶୁ ଚୋରି ହୋଇଥିଲା।

ଏ ଘଟଣା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ କାଳ ବିଳମ୍ବ କରାନଯାଇ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ଏଥି ସହ ତ୍ବରିତ ପଦକ୍ଷେପ ନେବାପାଇଁ ପରାମର୍ଶ ଦିଆଯାଇଥିଲା ଏବଂ ଏହି ଘଟଣାର ନିୟମିତ ମନିଟରିଂ କରାଯାଉଥିଲା।

ଏହା ଫଳରେ ପୋଲିସ୍ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କଳ, ବଳ, କୌଶଳ ଲଗାଇ ପୋଲିସ୍ ତିନି ଦିନ ଭିତରେ ପିଲାଟିକୁ ଖୋଜି ପାଇବାକୁ ସମର୍ଥ ହୋଇଛି। ପିଲାଟି ପୁଣି ମା କୋଳକୁ ଫେରିଛି । ସନ୍ଦିଗ୍ଧ ଅପରାଧୀ ମଧ୍ୟ ଧରାପଡିଛି।

ମା ଟି ହେଉଛି ଦୃଷ୍ଟି ବାଧିତ, ସ୍ବାମୀ ପରିତ୍ୟକ୍ତା ଆଉ ଭିକ୍ଷାବୃତ୍ତି କରି ଦୁଇ ପିଲାଙ୍କୁ ପାଳନ୍ତି । ମହିଳା ଜଣଙ୍କ ବୋଧହୁଏ, ଆମ ଆଧୁନିକ ମାପକାଠିର ବିକାଶର ଶେଷ ଧାଢିର ମଣିଷ ।

ଏତେବଡ ଦୁନିଆଁରେ ଯେଉଁ ମା’ର କେହି ନାହାନ୍ତି, ତା ପାଇଁ ଭଗବାନଙ୍କ ଆଶୀର୍ବାଦରେ ବୋଧହୁଏ ମୋହନ ମାଝୀଙ୍କ ଭଳି ଲୋକ ରାଜ୍ୟର ସର୍ବୋଚ୍ଚ ପଦବୀରେ ବସିଛନ୍ତି। ସେଥିପାଇଁ ଗୋଟିଏ ଗରିବ ମା ମୁହଁରେ ଆଜି ହସ ଫେରିଛି।

ଯେତେବେଳେ ସରକାରର ମୁଖିଆ ପାଇଁ ଧନୀ, ଗରୀବର ଭେଦଭାବ ନାହିଁ; ପ୍ରତି ଓଡିଆଙ୍କୁ ନ୍ୟାୟ ଦେବା ହେଉଛି ତାଙ୍କର ପ୍ରାଥମିକତା।

ଏହାଦ୍ୱାରା ଗରୀବ ମା’ର ର ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିଶ୍ଚିତ ଭାବେ ରହିବ । ପିଲାକୁ ପାଇବା ପରେ ସେହି ମା’ଟି ପ୍ରଭୁ ଶ୍ରୀରାମଙ୍କ କୃପା ପାଇଁ ନତମସ୍ତକ ହୋଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ତତ୍ପରତା ପାଇଁ ଧନ୍ୟବାଦ ଜଣାଇଛନ୍ତି।

ଏହିସବୁ ଘଟଣାରେ ପୋଲିସ୍ ସବୁ ସମୟରେ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ୍ୟାୟ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ ନିର୍ଦ୍ଦେଶ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026
Latest News

୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ‘କ୍ଷୁଦ୍ର ଜଳ ବିଦ୍ୟୁତ୍ ବିକାଶ ଯୋଜନା’କୁ କ୍ୟାବିନେଟ ମଞ୍ଜୁରି

March 18, 2026

ଭାରତ ଔଦ୍ୟୋଗିକ ବିକାଶ ଯୋଜନାକୁ କ୍ୟାବିନେଟ୍‌ ମଞ୍ଜୁରି

March 18, 2026

ଅଧିନାୟକ ପରିବର୍ତ୍ତନ କଲା ସନରାଇଜର୍ସ ହାଇଦ୍ରାବାଦ: ଏହି ବିସ୍ଫୋରକ ଖେଳାଳି ନେବେ ନେତୃତ୍ଵ

March 18, 2026

“ମହାରାଷ୍ଟ୍ରରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି”: ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଉପରେ କଂଗ୍ରେସର ଦାବି

March 18, 2026

ଅବସରଗ୍ରହଣ କରିବାକୁ ଯାଉଥିବା ରାଜ୍ୟସଭା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.