Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ସରକାର ଦେଲେ ୩୧.୧୦ କୋଟିର ପ୍ରୋତ୍ସାହନ
ଆଜିର ଖବର

ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ସରକାର ଦେଲେ ୩୧.୧୦ କୋଟିର ପ୍ରୋତ୍ସାହନ

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ରାଜ୍ୟ ସରକାର ଦେଲେ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ବା ଇନସେଣ୍ଟିଭ। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି।

ସାଧାରଣତଃ ସେପ୍ଟେମ୍ବରରୁ-ଫେବୃଆରୀ ୬ ମାସ ହେଉଛି ଦୁଗ୍ଧର ତିରୋଟ ସମୟ ବା ଦୁଗ୍ଧ ଉତ୍ପାଦନ କମ୍ ହୋଇଥାଏ। ଏହି ସମୟରେ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ତଥା ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ଓମଫେଡ୍ ପକ୍ଷରୁ ଲିଟର ପିଛା ୧ ରୁ ୫ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ମଧ୍ୟ ଓମଫେଡକୁ ଆର୍ଥିକ ସହାଯତା ଯୋଗାଇ ଦେଇଥିଲେ।

ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି ୧୧ ଟି ଜିଲ୍ଲା ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ପଛକୁ ରହିଛି ବାଲେଶ୍ୱର ଜିଲ୍ଲା । ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି। ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୁରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ।

କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ ସର୍ବାଧିକ ୧୩ କୋଟି ଟଙ୍କା ଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ଦୁଗ୍ଧ ସମବାୟ ସମିତି ଚାଷୀଙ୍କ ଖାତାକୁ ଯାଇଛି ୫ କୋଟି । ସେହିପରି ସମ୍ବଲପୁରକୁ- ୪.୭୩ କୋଟି, ବଲାଙ୍ଗିର-କଳାହାଣ୍ଡି-ନୂଆପଡା ଜିଲ୍ଲା ଦୁଗ୍ଧ ସମବାୟ ସମିତ ଅଧିନରେ ଥିବା ଚାଷୀଙ୍କ ଖାତାକୁ ୨.୬୨ କୋଟି, ପୁରୀ ଜିଲ୍ଲାକୁ- ୨.୩୨ କୋଟି ଟଙ୍କା ଯାଇଥିବା ବେଳେ ସର୍ବନିମ୍ନ ପ୍ରୋତ୍ସାହନ ରାଶି ଯାଇଛି ମୟୂରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତି ଅଧିନରେ ଥିବା ଚାଷୀଙ୍କ ଖାତାକୁ। ମୟୂରଭଞ୍ଜ ଜିଲ୍ଲାକୁ ଯାଇଛି ମାତ୍ର ୨୦ ଲକ୍ଷ ଟଙ୍କା।

ଆଗାମୀ ବର୍ଷରେ ଏହି ପ୍ରୋତ୍ସାହନ ରାଶି ପ୍ରଦାନ ପ୍ରକ୍ରିୟା ଜାରି ରହିବ। କେବଳ ସେତିକି ନୁହେଁ, ବର୍ଷ ସାରା ଓମଫେଡର ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି କହିଛନ୍ତି ଓମଫେଡର ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ।

ଏହି ଅର୍ଥ କୌଣସି ୟୁନିୟନ ମାଧ୍ୟମରେ ଦିଆଯାଇ ନାହିଁ। ଏହା ସିଧାସଳଖ ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଯାଇଛି। ଫଳରେ ଚାଷୀମାନେ ଏହି ପ୍ରୋତ୍ସାହନ ରାଶି ପାଇବା ପରେ ବେଶ ଖୁସି ପ୍ରକଟ କରିବା ସହ ଓମଫେଡ୍ ଏବଂ ରାଜ୍ୟ ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି।

ଓମଫେଡ୍ ଦୁଗ୍ଧ ଚାଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଚ ସମିଟ୍ ୨୦୨୬: ୩୫,୦୦୦ ଟପିଲା ପଞ୍ଜୀକରଣ ସଂଖ୍ୟା

February 3, 2026

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026
Latest News

ବର୍ତ୍ତମାନ କେଉଁ ଦେଶ ଉପରେ ରହିଛି ସର୍ବାଧିକ ଆମେରିକା ଶୁଳ୍କ: କେଉଁଠି ଭାରତର ସ୍ଥାନ?

February 3, 2026

ଆଡମିଟ୍ କାର୍ଡ ଜାରି କଲା CBSE: ଦଶମ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନେ ତୁରନ୍ତ କରନ୍ତୁ ଡାଉନଲୋଡ୍

February 3, 2026

ଅଗ୍ନିବୀରମାନଙ୍କ ପାଇଁ ବଡ଼ ଘୋଷଣା କରିବେ ସରକାର?: ପ୍ରସ୍ତୁତି ଆରମ୍ଭ କଲା ଗୃହ ମନ୍ତ୍ରାଳୟ

February 3, 2026

୫୦୦% ଶୁଳ୍କ ଧମକ ଦେଇଥିବା ଆମେରିକା ନେତା, ଏବେ ଭାରତ ଉପରେ କହିଲେ…

February 3, 2026

U19 ବିଶ୍ୱକପ୍ ସେମିଫାଇନାଲ୍‌ରେ ଆଫଗାନିସ୍ତାନକୁ ଭେଟିବ ଭାରତ: କେଉଁଠାରେ ଦେଖିବେ ଲାଇଭ୍ ଷ୍ଟ୍ରିମିଂ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.