Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଜୀ ସାର୍ଥକରେ ସବୁଠାରୁ ବଡ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’
ଆଜିର ଖବର

ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ଜୀ ସାର୍ଥକରେ ସବୁଠାରୁ ବଡ ରିୟାଲିଟି ସୋ ‘ରଜ କୁଇନ୍ ୨୦୨୫’

April 16, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି। ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ। ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି। ଯେଉଁଥି ପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା।

ଅଭିନେତ୍ରୀ ହେବାର ସ୍ବପ୍ନ ଦେଖିଥିବା ଝିଅଙ୍କ ପାଇଁ ପୁଣି ଫେରିଛି ଓଡିଶାର ୧ ନମ୍ବର ରିଆଲିଟି ସୋ ‘ରଜ କୁଇନ୍’। ଏହି ସୋ ଇଣ୍ଡଷ୍ଟ୍ରିକୁ ଅନେକ ବଛା ବଛା ଅଭିନେତ୍ରୀ ବିଗତ ଦିନରେ ଦେଇ ସାରିଛି। ସବୁ ବର୍ଷ ଅନେକ ଆଶାୟୀ ପ୍ରାର୍ଥୀ ଏହି ସୋ ରେ ଭାଗ ନେବାକୁ ଚାହିଁ ରହିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ବଡ଼ ଧୁମଧାମ ସହିତ ଆୟୋଜନ ହେବାକୁ ଯାଉଛି ସମସ୍ତଙ୍କ ମନପସନ୍ଦର ରିୟାଲିଟି ସୋ ‘ରଜ କୁଇନ୍’। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଯାହା ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ହୋଇ ବଛାଯାଇ ଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ଅନ୍ତିମ ପର୍ଯ୍ୟାୟ “ରଜ କୁଇନ୍ ୨୦୨୫”।

ଚଳିତ ବର୍ଷ ଜଜ୍ ଭାବରେ ନଜର ଆସିବେ ଆମ ସମସ୍ତଙ୍କ ପ୍ରିୟ ଲିପି ମହାପାତ୍ର , ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଓ ମେଣ୍ଟର ଭାବରେ ଓଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ହିରୋଇନ ଦିବ୍ୟା, ସୁର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ୧୫ରୁ ୨୫ ବର୍ଷ ମଧ୍ୟର ଆଶାୟୀ ପ୍ରାର୍ଥୀ ଅଡିସନ୍ ଦେଇ ଅଭିନେତ୍ରୀ ହେବାର ଦେଖିଥିବା ସ୍ବପ୍ନକୁ ପୁରା କରିପାରିବେ। ତେବେ ଡେରି କାହିଁକି ପ୍ରସ୍ତୁତ ହେଇଯାନ୍ତୁ ଖୁବ ଶୀଘ୍ର ଆସୁଛି ଆପଣଙ୍କ ପାଖକୁ ୧୩ତମ ‘ରଜ କୁଇନ୍’।

ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’। ତେବେ କିଏ ହେବ ଚଳିତ ସିଜନର ରଜ କୁଇନ୍ ? ଜାଣିବାକୁ ଏହି ଯାତ୍ରା ସହ ଯୋଡ଼ି ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ।

ଏପ୍ରିଲ ୧୯ ତାରିଖ ଜୀ ସାର୍ଥକ ରଜ କୁଇନ୍ ୨୦୨୫
Share. Facebook Twitter LinkedIn Email WhatsApp Copy Link

Related Posts

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026
Latest News

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026

ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କର୍ମଶାଳା

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.