Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ଓ ବାର୍ଷିକ ଉତ୍ସବ-୨୦୨୫
ଆଜିର ଖବର

୭ମ ଉତ୍କଳମଣି ସେବା ସମ୍ମାନ ପ୍ରଦାନ ଓ ବାର୍ଷିକ ଉତ୍ସବ-୨୦୨୫

April 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଉତ୍କଳ ବିପନ୍ନ ସହାୟତା ସମିତିର ବାର୍ଷିକୋତ୍ସବ ଏବଂ ଉତ୍କଳମଣି ସେବା ସମ୍ମାନ ସମାରୋହ –୨୦୨୫, ଉତ୍କଳ ମଣ୍ଡପ ଠାରେ ତା.୧୬.୦୪.୨୦୨୫ ରିଖ ଅପରାହ୍ନ ୬.୩୦ ଘଟିକା ସମୟରେ ଅନୁଷ୍ଠିତ ହୋଇ ଯାଇଅଛି।

ଉକ୍ତ ଉତ୍ସବରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଓ ବିଜୟ କୁମାର ପୁରାନିକ୍, ଯୁଗ୍ମ ସାଧାରଣ ସମ୍ପାଦକ, ରାଷ୍ଟ୍ରୀୟ ସେବା ଭାରତୀ, ନୂଆଦିଲ୍ଲୀ, ମୁଖ୍ୟବକ୍ତା ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରି ସଭା କାର୍ଯ୍ୟର ଶୁଭ ଉଦ୍‌ଘାଟନ କରିଥିଲେ। ସମ୍ପାଦକ ଅଚ୍ୟୁତା ନନ୍ଦ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ମୁଖ୍ୟମନ୍ତ୍ରୀ ସମିତି ଦ୍ୱାରା ଚାଲୁଥିବା ସେବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ମହା ବାତ୍ୟା ସମୟରେ ସମିତିର ସେବା ଓ ଦାହ ସଂସ୍କାର, ହୁଡହୁଡା଼, ଭୁଜର ଭୂମିକମ୍ପ, ତିତିଲି, ଫନି ତଥା ଉତରାଖଣ୍ଡର ପ୍ରଳୟଙ୍କାରୀ ବନ୍ୟା ସମୟରେ ତ‌ଥା ସେବା ସମ୍ବନ୍ଧୀତ ତଥ୍ୟ ବେଦ ଓ ଉପନିଷଦରୁ ଉଦାହରଣମାନ ଦେଇଥିଲେ। ଏହି ଅବସରରେ ସ୍ମରଣିକା ‘ସେବା ତର୍ପଣ’ ଉନ୍ମୋଚିତ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ପୁରାନିକ୍‌ଙ୍କ ବକ୍ତବ୍ୟରେ ସେବାର ମହତ୍ଵ ଓ ଗୁରୁତ୍ବ ବିଭିନ୍ନ ଉଦାହରଣ ମାନ ଦେଇ କହିଥିଲେ ।

ଉକ୍ତ ଉତ୍ସବରେ ସମାଜସେବା କ୍ଷେତ୍ରରେ ନିଜର ଜୀବନକୁ ସମର୍ପଣ କରିଥିବା ମଦ ବିରୋଧୀ ଆନ୍ଦୋଳନର ସମ୍ପାଦକ ଡ଼. ବିଜୟ କୁମାର ସ୍ୱାଇଁ ଏବଂ ଅଭିମନ୍ୟୁ ଦାସ, ଶ୍ରୀଯୁକ୍ତ ଗଗନ ବିହାରୀ ପାଇଟାଲ, ଲଳିତ ରାୟ ଓ ମାନସ ରଞ୍ଜନ ପଣ୍ଡା ଆଦି ସମାଜସେବୀଙ୍କୁ ୭ମ ଉତ୍କଳମଣି ସେବା ସମ୍ମାନରେ ସମ୍ମାନୀତ କରାଯିବା ସହ ନାରୀକେଳ ଓ ଉପଢୌକନମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ପୁରାଣିକ୍‌ଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ସମାଜସେବୀଙ୍କୁ ୧୧ ହଜାର ୧ ଶହ ୧ ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯାଇଥିଲା। ପ୍ରକ୍ତନ ସଭାପତି ଅଭୟ କୁମାର ସାମନ୍ତରାୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସମିତିର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ବିଟ୍ ସଭାପତିତ୍ୱ କରି ସେବା ପାଇଁ ଜନ ସାଧାରଣଙ୍କର ସହଯୋଗ କାମନା କରିଥିଲେ। ଶେଷରେ ହିମାଂଶୁ ଶେଖର ନାୟକଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।

ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.