
ଦ ସମୀକ୍ଷା ବ୍ୟୁରୋ: କିଛି ଦିନ ସୁନା ଦର ହ୍ରାସ ପାଇବା ପରେ ଏବେ ହୁ ହୁ ହୋଇ ବଢିବାରେ ଲାଗିଛି। ଆଜି ସୁନା ଦର ଭୁବନେଶ୍ବରରେ ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି ।
ଅର୍ଥନୀତିଜ୍ଞ ଅନୁସାରେ ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଉପରେ ପଡିଛି। ଇଣ୍ଡିଆ ବୁଲିୟନ୍ ଏବଂ ଜ୍ୱେଲର୍ସ ସଂଘ (India Bullion And Jewellers Association) ଅନୁସାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭ହଜାର ୩୧୦ ଟଙ୍କା ରହିଛି ।
ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର ୨୦୦ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ କେଜି ପିଛା ୧ ଲକ୍ଷ ୧୦ ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।
Tags: ସୁନା ଦର