
ଭୁବନେଶ୍ୱର: ଗତ ୨୭ ତାରିଖ ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୋଲିସ ଦ୍ଵାରା ଗିରଫ ହୋଇ ଝାରପଡ଼ା ସ୍ଵତନ୍ତ୍ର କାରାଗାର ରେ ଥିବା କଂଗ୍ରେସ କର୍ମୀ ଓ ଛାତ୍ର ନେତା ମିର୍ଜା ଇସଲାମ ବେଗ,ଚନ୍ଦନ ସାହୁ, ଆସିଫ ଖାନ,ବିଜୟ କୁମାର ସାହୁ ଓ ପ୍ରତୀକ ଦାଶ ଙ୍କୁ ଆଜି ଭେଟିଛନ୍ତି ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ। ଶ୍ରୀଯୁକ୍ତ ଦାସ ସେମାନଙ୍କୁ ଜେଲ ଭିତରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ।
ସେମାନଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ଦାସ କହିଛନ୍ତି କି ଅଗଣତାନ୍ତ୍ରିକ ଭାବେ ଗିରଫ ଛାତ୍ର ଏବଂ କଂଗ୍ରେସ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ଏବଂ ସାହସ ଦେବା ପାଇଁ ଆମେ ଆସିଥିଲୁ। ସେମାନଙ୍କ ସହ କଥା ହେଲି ସେମାନେ ସବୁ ପାଠ ପଢିବା ପିଲା । ଛାତ୍ର କଂଗ୍ରେସ କୁ ଦୁର୍ବଳ କରିବାକୁ ଏଭଳି ଷଡ଼ଯନ୍ତ୍ର କରାଯାଇ ଛାତ୍ର ମାନଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।
ଆଜିର କାର୍ଯ୍ୟକ୍ରମ ରେ ପିସିସି ସହିତ ଭକ୍ତ ଚରଣ ଦାସ ଙ୍କ ସହିତ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ,ବାଲେଶ୍ଵର ସଂସଦୀୟ କ୍ଷେତ୍ର ନେତା ନବଜ୍ୟୋତି ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ, ପିସିସି ସଭାପତିଙ୍କ ବ୍ୟକ୍ତିଗତ ସଚିବ ସୁଧାଂଶୁ ଦେଓ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, ଯୁବ କଂଗ୍ରେସ ନେତା ମନୋଜ ବିଶ୍ଵାଳ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।