Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା: ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’
ଆଜିର ଖବର

କମିକ୍ସ କ୍ରିଏଟର୍ସ ଚାମିୟନସିପର ୧୦ ଫାଇନାଲିଷ୍ଟ ଘୋଷଣା: ତାଲିକାରେ ଓଡ଼ିଶାରେ ପ୍ରସ୍ତୁତ କମିକ୍ସ ‘ଆସେସ୍ ଅଫ ଡିଭିନିଟି’

April 18, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜିର ଇମରସିଭ୍ ମିଡିଆ ଓ କ୍ରିଏଟିଭ୍ ଟେକନଲୋଜି ଯୁଗରେ କମିକ୍ସ କେବଳ ରବିବାର ସମ୍ବାଦପତ୍ରର ଏକ କୋଣରେ ପ୍ରକାଶ ପାଉଥିବା ଏକ ସମ୍ଭ ନୁହେଁ ଅଥବା ସୁପରହିରୋମାନଙ୍କ ଏକ କାହାଣୀ ହୋଇ ରହିନାହିଁ। କମିକ୍ସଗୁଡ଼ିକ ଚମତ୍କାର କାହାଣୀ, ସାଂସ୍କୃତିକ ଉତଥାନ ଓ ଉଦ୍ଭାବନର ଶକ୍ତିଶାଳୀ ଉପକରଣ ପାଲଟିଛନ୍ତି, ଯାହାକି ଲୋକକଥା, କଳ୍ପନା ଓ ଭବିଷ୍ୟତର ଟେକନଲୋଜିର ଏକ ଅଦ୍ଭୁତ ମିଶ୍ରଣ।

ଏହି ପରିବର୍ତ୍ତନ କମିକ୍ସ କ୍ରିଏଟର ଚାମ୍ପିୟନସିପ ମାଧ୍ୟମରେ ଆହୁରି ସମୃଦ୍ଧ ହୋଇଛି, ଯେଉଁଠାରେ ସମଗ୍ର ଭାରତର କ୍ରିଏଟରମାନ ସିକ୍ବେନ୍ସିଆଲ ଆର୍ଟରେ ନୂଆ ନୂଆ ସଫଳତା ପ୍ରାପ୍ତ କରୁଛନ୍ତି। ଏବେ ଏହି ଚାମ୍ପିୟନସିପର ୧୦ ଜଣ ଫାଇନାଲିଷ୍ଟମାନଙ୍କ ନାମ ଘୋଷଣା ହୋଇଛି। ଯେଉଁଥିରେ ଆମେଚର ବର୍ଗରେ ସ୍ଥାନ ପାଇଛନ୍ତି କେନ୍ଦ୍ରାପଡ଼ା ଓଡ଼ିଶାର ରଣଦୀପ ସିଂ ଓ ତାଙ୍କ ଦଳ। ସେମାନେ ଆସେସ୍ ଅଫ ଡିଭିନିଟି ନାମକ କମିକ୍ସ ପ୍ରସ୍ତୁତ କରିଛନ୍ତି। ଏକ ଅଭିନବ ଓ ଚମତ୍କାର ବିଷୟକୁ ନେଇ ସେମାନେ ନିଜର କମିକ୍ସ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ସେମାନେ ଲୋକକଥାର ପୁନଃକଳ୍ପନା କରିଛନ୍ତି। ତାଙ୍କ କାହାଣୀଟି ସଂକ୍ଷେପରେ ଏହିପରି- ଭବିଷ୍ୟତରେ କାଳୀ ପୌରାଣିକ ଯୁଗର ରାକ୍ଷସମାନଙ୍କୁ କଳକୀ ସହ ଲଢ଼ିବା ପାଇଁ ପୁନର୍ଜୀବିତ କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଏକଦା ଦୁର୍ଦ୍ଧଷ ଶାସକ କନ୍ଦ୍ରା, ଯିଏ ନିଜର ପୁରୁଣା ଶତ୍ରୁ ବଳରାମଙ୍କ ସହ ମୁହାଁମୁହିଁ ହେବାକୁ ଫେରୁଛନ୍ତି। ଏହି କାହାଣୀରେ ଆଞ୍ଚଳିକ କିମ୍ବଦନ୍ତୀ ସହିତ ଦେବଲୋକର ସଂଘର୍ଷକୁ ଅଦ୍ଭୁତଭାବେ ମିଶ୍ରଣ କରାଯାଇଛି।

ଚୟନ ହୋଇଥିବା ୧୦ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ୫ ଜଣ ପେସାଦାର ବର୍ଗରେ ଥିବାବେଳେ ଆଉ ୫ ଜଣ ସୌଖିନ ବା ଆମେଚର ବର୍ଗରେ ଅଛନ୍ତି। ପେସାଦାର ବର୍ଗରେ ସ୍ଥାନ ପାଇଥିବା କମିକ୍ସମାନେ ହେଲେ ସ୍କାଏଫଲ ଟୁ ସାକ୍ରିଫାଇସ (ଟିମ ଲିଡର ମୋହିତ ଶର୍ମା, ମିରଟ), ଦି ଲାଷ୍ଟ ଡେଭୋଟି (ଟିମ ଲିଡର ଅପର୍ଣ୍ଣା ଚୌରାସିଆ, ଛତରପୁର, ମଧ୍ୟପ୍ରଦେଶ), ଦି ଗାର୍ଡ ( ବିଜୟ ରବିନ୍ଦ୍ରନ, ଦିଲ୍ଲୀ), ଓର୍ଥ ଡାଇଙ୍ଗ ଫର (ପୁନୀତ ଶୁକ୍ଳା, ଗୋରଖପୁର), ଦି ଫ୍ରିଜ୍ (ତେଜସ ଜନାର୍ଦ୍ଦନ କାମ୍ବଲେ, ମୁମ୍ବାଇ)। ସେହିପରି ଆମେଚର ବର୍ଗରେ ସ୍ଥାନପାଇଥିବା କମିକ୍ସମାନେ ହେଲେ କଲକୀ-ପିଲାର ଅଫ ନର୍ଥ (ଶୁଭୋଜିତ ପାଲ୍, ହାଓ୍ବଡ଼ା), ଡ. ଡଗ (ବିନ୍ଧ୍ୟର୍ସ ମିଶ୍ର, ବରେଲି), ଘୋଷ୍ଟ ଅଫ ଜଙ୍ଗଲ ( ରୋହିତ ଶୁକ୍ଳା, ଚେନ୍ନାଇ), ଟେରା ସୋଲ (ରିତେଶ ପାତ୍ର) କୋଲକାତା ଏବଂ ଆସେସ ଅଫ ଡିଭିନିଟି (ରଣଦୀପ ସିଂ, କେନ୍ଦ୍ରାପଡ଼ା)। ଏହି ଫାଇନାଲିଷ୍ଟ ମାନେ ରାଜ କମିକ୍ସ, ଅମର ଚିତ୍ରା କଥା ଏବଂ ଡିଜିଟାଲ ମଙ୍ଗା ଉଦ୍ଭାବକଙ୍କ ସମେତ ଏକ କିମ୍ବଦନ୍ତୀ ଜୁରି ଦ୍ୱାରା ମନୋନୀତ ହୋଇଥିଲେ।

ଏହି ଫାଇନାଲିଷ୍ଟମାନେ ମୁମ୍ବାଇରେ (ମେ ୧-୪) ୱେଭ୍ସ ୨୦୨୫ ଶିଖର ସମ୍ମିଳନୀରେ ସେମାନଙ୍କ ସୃଷ୍ଟ କମିକ୍ସକୁ ଲାଇଭ୍ ଉପସ୍ଥାପନ କରିବେ, ଯେଉଁଠାରେ ଭାରତୀୟ କମିକ୍ସର ପରବର୍ତ୍ତୀ ଆଇକନ୍ ବାହାରିବ।

Share. Facebook Twitter LinkedIn Email WhatsApp Copy Link

Related Posts

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବନ୍ଦେ ମାତରମ୍ ଗାନକୁ ବାରଣ କଲା କଂଗ୍ରେସ?: ସ୍ପଷ୍ଟୀକରଣ ଜାରି କଲେ ଜୟରାମ ରମେଶ

August 15, 2026
Latest News

MMDR ସଂଶୋଧନ ବିଲ ବାତିଲ ପାଇଁ ସିପିଆଇ (ଏମଏଲ) ର ଆହ୍ୱାନ

August 15, 2026

“୯୯% ସରକାରୀ ଚାକିରିରେ ଦୁର୍ନୀତି”: ଅଭିଯୋଗ ସହ ବାବା ରାମଦେବଙ୍କ ଚେତାବନୀ

August 15, 2026

ସ୍ୱାଧୀନତା ଦିବସରେ ପୂର୍ବତଟ ରେଳପଥର ସଫଳତା ଉପସ୍ଥାପନ କଲେ ମହାପ୍ରବନ୍ଧକ

August 15, 2026

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧିନତା ଦିବସ ଏବଂ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ

August 15, 2026

ବାଣପୁରରେ ସାଇବର ସୁରକ୍ଷା ଅଭିଯାନ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.