ଆସିକାର ଏକ ସ୍କୁଲରେ ବିସ୍ଫୋରଣ ଘଟି 2 ଜଣ ଛାତ୍ର ଗୁରୁତର ଭାବରେ ଆହତ ହୋଇଛନ୍ତି । ଆସିକାର ମାଗୁରା ଗ୍ରାମର ଏକ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି । ଶନିବାର ସକାଳୁଆ ସ୍କୁଲ ରହିଥିବା ବେଳେ ମଧ୍ୟାହ୍ନ ଭୋଜନ ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୁରୁତର ଆହତ ଦୁଇ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିସ୍ଫୋରଣର କାରଣ ସମ୍ପର୍କରେ ତଦନ୍ତ ଚଳାଇଛି । ପୁଲିସ ଦୁଇ ଛାତ୍ର ଆସିକା ମେଡିକାଲରେ ଭର୍ତ୍ତି କରିଛି ।