ଆସନ୍ତାକାଲି କାନପୁର ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରଦ୍ଦ ହେଲା ଗସ୍ତ

Published: Apr 23, 2025, 3:13 pm IST

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର କାନପୁର ଗସ୍ତ କରିବେ ନାହିଁ। ପହଲଗାମ, ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ଏକ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୪ ତାରିଖରେ କାନପୁର ଗସ୍ତ କରିବାର ଥିଲା। ଏହି କାର୍ଯ୍ୟକ୍ରମରେ ସେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବାକୁ ଯାଉଛନ୍ତି। ତେବେ ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଘଟଣାକୁ ଦୃଷ୍ଟିରେ ରଖି ଏହି ଗସ୍ତକୁ ବାତିଲ କରାଯାଇଛି।

ସୂଚନାନୁସାରେ, ପହଲଗାମ ଆତଙ୍କବାଦୀ ଘଟଣାରେ ଗୁଳି ଚଳାଇବା ପରେ କାନପୁର ଯୁବକ ଶୁଭମ ଦ୍ୱିବେଦୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ବିବୃତ୍ତିରେ କୁହାଯାଇଛି ଯେ, ଏହି ଶୋକ ସମୟରେ ସାଧାରଣ କାର୍ଯ୍ୟକ୍ରମକୁ ବାତିଲ କରିବା ଉଚିତ୍ ବୋଲି କୁହାଯାଉଛି।

Related posts