ଆଜି ବିଧାନସଭାରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇଛି ବିରୋଧୀ ଦଳ ବିଜେପି । ଖଦି ଜିନିଷ କିଣାବିକା ଓ ମହୁଚାଷରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଛନ୍ତି । ଆଜି ଶୂନ୍ୟକାଳରେ ଖଦି ଓ ମହୁଚାଷ ଦୁର୍ନୀତି ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା କହିଛନ୍ତି ଯେ ଖଦି ବୋର୍ଡକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୮୬ କୋଟି ଟଙ୍କା ଦେଇଛନ୍ତି । କିନ୍ତୁ ମିଥ୍ୟା ବିଲ୍ ଦିଆଯାଇ ଟଙ୍କାକୁ ଆତ୍ମସାତ କରାଯାଇଛି। ସେହିରି ତିନି ବର୍ଷରେ ୧୨ ଶହ ମହୁ ଚାଷୀଙ୍କୁ ତାଲିମ ଦିଆଯାଇଥିବା ତଥ୍ୟ ମଧ୍ୟ ଭୁଲ ଅଟେ । କମ୍ ଲୋକଙ୍କୁ ତାଲିମ ଦିଆଯାଇଛି କିନ୍ତୁ ଅଧିକ ସଂଖ୍ୟା ଦର୍ଶାଯାଇଛି । ସେହିପରି ୧୪୮୦ ମହୁ ଚାଷୀଙ୍କୁ ୨୪୦୦ ମହୁ ବାକ୍ସ ଦିଆଯାଇଛି । କୋଟେସନ୍ ପାଇଁ ଚାଷୀଙ୍କ ଠାରୁ ହଜାରେ ଟଙ୍କା ନିଆଯିବା କଥା । କିନ୍ତୁ ଚାଷୀଙ୍କଠାରୁ ୩୦ ହଜାର ଟଙ୍କା ନିଆଯାଉଥିବା ଶ୍ରୀ ନାଏକ ସଙ୍ଗୀନ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ଅନିୟମିତତାର ସେ ତଦନ୍ତ କରିଛନ୍ତି ।