କେନ୍ଦୁ ପତ୍ର ଫଡ଼ି ସ୍ଥାନାନ୍ତରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

Published: Apr 23, 2025, 9:30 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ସରାପାଲି ପଞ୍ଚାୟତ ଅନ୍ତର୍ଗତ ପୋଡ଼ାଖୋଲ ଗ୍ରାମର କେନ୍ଦୁ ପତ୍ର ଫଡ଼ି ସ୍ଥାନାସ୍ତରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଭେଟି ଫଡି ଘରକୁ ନ ଉଠାଇଵା ପାଇଁ କହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣି ନ ଥିଲେ।

ପୋଡାଖୋଲ ଗ୍ରାମକୁ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର ପହଞ୍ଚି ବିଭାଗୀୟ ଡ଼ିଏଫଓ ଏବଂ ରେଞ୍ଜରଙ୍କ ସହିତ ଯୋଗାଯୋଗ କରି ଏହାର ସମାଧାନ କରିଥିଲେ।  ଗ୍ରାମର ସମସ୍ତ କେନ୍ଦୁପତ୍ର ତୋଳାଳୀ ସହଯୋଗ ମଧ୍ୟ କରିଥିଲେ।

Related posts