Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଜିଓ ଏୟାରଫାଇବରର କମାଲ, ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସ: ଟ୍ରାଇ ତଥ୍ୟ
ଆଜିର ଖବର

ଓଡ଼ିଶାରେ ଜିଓ ଏୟାରଫାଇବରର କମାଲ, ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସ: ଟ୍ରାଇ ତଥ୍ୟ

April 24, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି ଏଫଡବ୍ଲୁଏ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ଏହି କ୍ଷେତ୍ରରେ ରାଜ୍ୟରେ ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଚଳିତ ସପ୍ତାହରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି। ପ୍ରଥମ ଥର ପାଇଁ ଟ୍ରାଇ ପୃଥକ ଭାବରେ ୫ଜି ଏଫଡବ୍ଲୁଏ ବା ଏୟାର ଫାଇବର ଗ୍ରାହକ ସଂଖ୍ୟା ପ୍ରକାଶ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁୟାରୀ, ୨୦୨୫ ସୁଦ୍ଧା ରିଲାଏନ୍ସ ଜିଓର ୫ଜି ଏଫଡବ୍ଲୁଏ ସେବା ଜିଓ ଏୟାରଫାଇବର ରାଜ୍ୟରେ ୧.୩ ଲକ୍ଷରୁ ଅଧିକ ଏୟାର ଫାଇବର ଗ୍ରାହକ ସହିତ ବେଶ ଆଗରେ ରହିଥିବା ବେଳେ ଏହା ପଛକୁ ଭାରତୀ ଏୟାରଟେଲ ୧୮୦୦୦ ଗ୍ରାହକ ସହିତ ଦ୍ୱିତୀୟ ସ୍ଥାନରେ ରହିଛି। ତଥ୍ୟ ଅନୁଯାୟୀ, ଜାନୁୟାରୀ ୨୦୨୫ ଶେଷ ସୁଦ୍ଧା ଓଡ଼ିଶାରେ ମୋଟ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର ଗ୍ରାହକ ସଂଖ୍ୟା ଦେଢ଼ ଲକ୍ଷ ଅତିକ୍ରମ କରିଛି।

ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଏଫଡବ୍ଲୁଏ ବା ଏୟାରଫାଇବର କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଏବଂ ଜିଓ ଏୟାରଫାଇବର ଦେଶରେ ଏହି କ୍ଷେତ୍ରରେ ୮୪% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି। ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୩୧ ଜାନୁଆରୀ, ୨୦୨୫ ସୁଦ୍ଧା, ଦେଶରେ ଜିଓର ୪୮ ଲକ୍ଷରୁ ଅଧିକ ୫ଜି ଏଫଡବ୍ଲୁଏ ବା ଜିଓ ଏୟାରଫାଇବର ଗ୍ରାହକ ରହିଥିବା ବେଳେ ଏହା ପଛକୁ ଏୟାରଟେଲର ଦେଶରେ ପ୍ରାୟ ୮ ଲକ୍ଷ ୫ଜି ଏଫଡବ୍ଲୁଏ ଗ୍ରାହକ ରହିଥିଲେ।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।

ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ୱାଇଫାଇ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି। ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ଓଡ଼ିଶାରେ, ଜିଓ ଜାନୁୟାରୀ ମାସରେ ସର୍ବାଧିକ ପ୍ରାୟ ୫୦୦୦୦ ନୂତନ ମୋବାଇଲ୍ ଉପଭୋକ୍ତା ଯୋଡ଼ିବା ସହିତ ଜାନୁୟାରୀ ୩୧ ସୁଦ୍ଧା ରାଜ୍ୟରେ ଜିଓ ନେଟୱର୍କରେ ମୋଟ ମୋବାଇଲ୍ ଉପଭୋକ୍ତାଙ୍କ ସଂଖ୍ୟା ୧.୫୭ କୋଟି ଅତିକ୍ରମ କରିଛି।

BJP Ads
ଜିଓ ଏୟାରଫାଇବର ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025
Jindal Ads
BJP Ads
Latest News

ବିହାର ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ ଦଳର ପ୍ରାର୍ଥୀ ଅଧିକ ଦାଗୀ?: ଆଗରେ ଜନ ସୂରାଜ

November 7, 2025

୧୬ ଦିନ ପରେ ଜେଲରୁ ମୁକୁଳିଲେ ଆରଜେଡି ପ୍ରାର୍ଥୀ: ସତ୍ୟେନ୍ଦ୍ର ଶାହଙ୍କୁ ସ୍ୱାଗତ କଲେ ସମର୍ଥକ

November 7, 2025

Vande Mataram ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଲେ….

November 7, 2025

ଆଜି ମୁହାଁମୁହିଁ ହେବ ଭାରତ ଏବଂ ପାକିସ୍ତାନୀ କ୍ରିକେଟ୍ ଦଳ: ଜାଣନ୍ତୁ କେବେ ଓ କିପରି ଦେଖିବେ ଲାଇଭ୍ ଷ୍ଟ୍ରିମିଂ?

November 7, 2025

ପୂର୍ବତଟ ରେଳପଥର ସର୍ବାଧିକ ମାଲ ପରିବହନ ରେକର୍ଡ

November 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.