
ଭୁବନେଶ୍ଵର: ମୁଖ୍ୟ ଦପ୍ତର ସଂଘ ତରଫରୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ଲୋକ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ମୁଖ୍ୟ ଦପ୍ତର (ନମହଲା) ପ୍ରାଙ୍ଗଣରେ ଏକ ଶୋକସଭାର ଆୟୋଜନ କରା ଯାଇଥିଲା। ଏହି ସଭାରେ ଅଧିକାଂଶ ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ରହି ଗଭୀର ଦୁଃଖ ପ୍ରକଟ କରିଥିଲେ।
ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ସଭାପତି ସୁଧାଂଶୁ ପାତ୍ର, ସାଧାରଣ ସମ୍ପାଦକ ଭୁବନ ବିହାରୀ ମହାପାତ୍ର ଓ ରଶ୍ମି ରଞ୍ଜନ ପାଢ଼ୀ ଉପସ୍ଥିତ ରହି ଏପରି ଘଟଣାକୁ ଦୃଢ ନିନ୍ଦା କରିଥିଲେ।