Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଧା ପାଟକରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ, କୋର୍ଟ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ
ଆଜିର ଖବର

ମେଧା ପାଟକରଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ, କୋର୍ଟ ଜାରି କରିଥିଲେ ଜାମିନ ବିହୀନ ୱାରେଣ୍ଟ

April 25, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନର୍ମଦା ବଞ୍ଚାଅ ଆନ୍ଦୋଳନର ନେତା ତଥା ସମାଜସେବୀ ମେଧା ପାଟକରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ତାଙ୍କୁ ନିଜାମୁଦ୍ଦିନରୁ ଗିରଫ କରାଯାଇଛି। ମେଧା ପାଟକରଙ୍କ ବିରୋଧରେ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ସାକେତ କୋର୍ଟରେ ହାଜର କରାଯିବ।

୨୦୦୧ ରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନାଙ୍କ ଦ୍ଵାରା ଦାଖଲ ହୋଇଥିବା ଅପରାଧିକ ମାନହାନି ମକଦ୍ଦମା ଦାୟର ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସାକେତ କୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ବିଶାଲ ସିଂ କହିଥିଲେ ଯେ, ମେଧା ପାଟକର କୋର୍ଟରେ ହାଜର ହୋଇନାହାଁନ୍ତି ଏବଂ ସେ ଜାଣିଶୁଣି ଦଣ୍ଡ ସହ ଜଡିତ ଆଦେଶ ପାଳନ କରିନାହାଁନ୍ତି।

ଜଜ୍ କହିଛନ୍ତି ଯେ, କୋର୍ଟଙ୍କ ଆଦେଶକୁ ଅବମାନନା କରିବା ଏବଂ ଶୁଣାଣିରୁ ଦୂରେଇ ରହିବା ପାଟକରଙ୍କ ଉଦ୍ଦେଶ୍ୟ। ଏହି ଦଣ୍ଡ ଉପରେ କୌଣସି ସ୍ଥାୟୀ ଆଦେଶ ନ ଥିବାରୁ କୋର୍ଟ କହିଛନ୍ତି ଯେ, ଶ୍ରୀମତୀ ପାଟକର ହାଜର ହେବା ପାଇଁ ଚାପ ପ୍ରୟୋଗ କରିବା ବର୍ତ୍ତମାନ ଜରୁରୀ ହୋଇପଡିଛି।

ଏହି ଆଦେଶରେ କୋର୍ଟ କ’ଣ କହିଛନ୍ତି?:

କୋର୍ଟ କହିଛନ୍ତି ଯେ, ପରବର୍ତ୍ତୀ ତାରିଖ ପାଇଁ ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଜରିଆରେ ଦୋଷୀ ମେଧା ପାଟକରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେ ୩ ତାରିଖରେ ହେବ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ପରବର୍ତ୍ତୀ ଶୁଣାଣିରେ ପାଟକର ଦଣ୍ଡାଦେଶ ପାଳନ ନକରନ୍ତି, ତେବେ କୋର୍ଟ ପୂର୍ବରୁ ଦିଆଯାଇଥିବାଦ ଣ୍ଡାଦେଶ ପୁନର୍ବିଚାର କରିବାକୁ ପଡ଼ିବ ଏବଂ ଦଣ୍ଡ ପରିବର୍ତ୍ତନ କରାଯାଇପାରେ।

ପ୍ରକାଶ ଯୋଗ୍ୟ ଯେ, ଗତ ବର୍ଷ ମାଜିଷ୍ଟ୍ରେଟ୍ କୋର୍ଟ ଦେଇଥିବା ଦଣ୍ଡାଦେଶ ବିରୋଧରେ ମେଧା ପାଟକର ଆବେଦନ କରିଥିଲେ। ତାଙ୍କୁ ଏହି ଆବେଦନରେ ଜାମିନ ପ୍ରଦାନ କରାଯାଇଥିଲା ଏବଂ ତାଙ୍କୁ ପାଞ୍ଚ ମାସ ଜେଲ ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ସ୍ଥଗିତ ରଖାଯାଇଥିଲା। ଏହି ମାମଲା ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ (ଅପରାଧିକ ମାନହାନୀ) ଅନୁଯାୟୀ ପଞ୍ଜିକୃତ ହୋଇଥିଲା।

ଅହମ୍ମଦାବାଦ ସ୍ଥିତ ଏନଜିଓ ‘ନ୍ୟାସନାଲ କାଉନସିଲ୍ ଫର୍ ସିଭିଲ୍ ଲିବର୍ଟିସ୍’ର ମୁଖ୍ୟ ଥିବାବେଳେ ବିନୟ କୁମାର ସାକ୍ସେନା ୨୦୦୧ ରେ ଏହି ମାମଲା ଦାୟର କରିଥିଲେ। ସକ୍ସେନା କହିଥିଲେ ଯେ, ମେଧା ପାଟକର ୨୫ ନଭେମ୍ବର ୨୦୦୦ ରେ ଜାରି ହୋଇଥିବା ଏକ ପ୍ରେସ ନୋଟରେ ତାଙ୍କୁ ଜଣେ ରାଷ୍ଟ୍ର ବିରୋଧୀ ବୋଲି କହିଥିଲେ ଏବଂ ତାଙ୍କୁ ହାୱାଲା କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ।

ଏହି ମାମଲାରେ କୋର୍ଟ ପାଟକରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ କହିଛନ୍ତି ଯେ, ତାଙ୍କ ବିବୃତ୍ତି ଉଦ୍ଦେଶ୍ୟମୂଳକ ଏବଂ ସାକ୍ସେନାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି।

Delhi News delhi police
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Latest News

ଚିଲିକାରେ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

January 11, 2026

ଜାନୁଆରୀ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ

January 11, 2026

ସମ୍ବଲପୁରରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

January 11, 2026

ସମ୍ବଲପୁର ପାଇଁ ୪୫୧ କୋଟି ଟଙ୍କା ବ୍ୟୟର ୨୪ ଘଣ୍ଟିଆ ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ

January 11, 2026

ଅନ୍ୟ ପିଲାମାନଙ୍କ ସହିତ ନିଜ ପିଲାକୁ ତୁଳନା କରୁଛନ୍ତି କି?: ଛାଡନ୍ତୁ ଏହି ଅଭ୍ୟାସ

January 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.