ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡିର ମେୟର ନିର୍ବାଚନରେ ବିଜେପି ଜିତିଛି। ଦଳର ଇକବାଲ ରାଜା ସିଂ ଦିଲ୍ଲୀର ମେୟର ହୋଇଛନ୍ତି। ଇକବାଲଙ୍କୁ ୧୩୩ ଭୋଟ୍ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ମନଦୀପ ମାତ୍ର ଆଠଟି ଭୋଟ୍ ପାଇଛନ୍ତି। ଆଠଟି ଭୋଟ୍ ସତ୍ତ୍ୱେ କଂଗ୍ରେସ ନିଜର ପ୍ରାର୍ଥୀ ଦେଇଥିବାବେଳେ ଆମ୍ ଆଦମୀ ପାର୍ଟି ଏହି ନିର୍ବାଚନରେ କୌଣସି ପ୍ରାର୍ଥୀ ନକରିବାକୁ ନିଷ୍ପତ୍ତି ନେଇଥିଲା।
ଏମସିଡି ମେୟର ନିର୍ବାଚନରେ ଜିତିବା ପରେ ବିଜେପି ନେତା ରାଜା ଇକବାଲ ସିଂ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବା ଏବଂ ଦଳର ଅନ୍ୟ ନେତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।
ସେ ଆହୁରି କହିଛନ୍ତି ଯେ, “ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ମୁଁ ଶାସକ ଦଳ, ବିରୋଧୀ ଏବଂ କଂଗ୍ରେସ ସହିତ ମିଳିତ ଭାବେ କାର୍ଯ୍ୟ କରିବି। ଦିଲ୍ଲୀର ବିକାଶ ପାଇଁ କୌଣସି ଭେଦଭାବ ବିନା ନିଷ୍ପତ୍ତି ନିଆଯିବ।”
‘ଦିଲ୍ଲୀର ସ୍ୱଚ୍ଛତା ହେଉଛି ମୁଖ୍ୟ ଲକ୍ଷ୍ୟ’:
ନିର୍ବାଚନରେ ଜିତିବା ପରେ ଦିଲ୍ଲୀର ନୂତନ ମେୟର ରାଜା ଇକବାଲ ସିଂ କହିଛନ୍ତି ଯେ, “ଦିଲ୍ଲୀର ସ୍ୱଚ୍ଛତା ବ୍ୟବସ୍ଥାରେ ଉନ୍ନତି ଆଣିବା, ଅଳିଆ ଆବର୍ଜନା ଦୂର କରିବା, ଜଳ ସମସ୍ୟାର ସମାଧାନ କରିବା ଏବଂ ଦିଲ୍ଲୀର ଲୋକଙ୍କୁ ସମସ୍ତ ମୌଳିକ ତଥା ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ମୋର ମୁଖ୍ୟ ଲକ୍ଷ୍ୟ। ଆମେ ସମସ୍ତେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ଏବଂ କଠିନ ପରିଶ୍ରମ ସହିତ ମିଳିତ ଭାବେ କାର୍ଯ୍ୟ କରିବୁ।”