ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖି ପାକିସ୍ତାନ ବିରୋଧରେ ଅନେକ ବଡ଼ ପଦକ୍ଷେପ ନେଇଛି। ଏହାକୁ ନେଇ ପଡୋଶୀ ଦେଶରେ ଆତଙ୍କ ଖେଳିଯାଇଛି ଏବଂ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଲୋକମାନେ ଦେଶ ଛାଡି ଆରମ୍ଭ କରିଛନ୍ତି। ନିକଟରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ପରିବାର ଦେଶ ଛାଡି ଚାଲିଯାଇଥିଲେ ଏବଂ ବର୍ତ୍ତମାନ ପିପିପି ସଭାପତି ବିଲାୱଲ ଭୁଟ୍ଟୋଙ୍କ ପରିବାର ପାକିସ୍ତାନ ଛାଡି କାନାଡାକୁ ପଳାଇଥିବା ଜଣାପଡିଛି।
ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ପରେ କ୍ରୋଧିତ ବିଲାୱଲ ଧମକ ଦେଇଥିଲେ ଯେ, ଯଦି ପାକିସ୍ତାନର ଜଳ ବନ୍ଦ ହୋଇଯାଏ ତେବେ ରକ୍ତ ନଦୀ ପ୍ରବାହିତ ହେବ। ଏହି ଧମକର ଗୋଟିଏ ଦିନ ପରେ ଖବର ଆସୁଛି ଯେ, ତାଙ୍କ ପରିବାର ସଦସ୍ୟ ବଖତାୱର ଭୁଟ୍ଟୋ ଏବଂ ଅସିଫା ଭୁଟ୍ଟୋ ପାକିସ୍ତାନ ଛାଡି ଆଜି ସକାଳେ କାନାଡା ଚାଲିଯାଇଛନ୍ତି।
ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ ବୋଲି ପାକିସ୍ତାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ତାଙ୍କ ସୈନ୍ୟବାହିନୀର ମନୋବଳ ମଧ୍ୟ ହ୍ରାସ ପାଇଛି ଏବଂ ଅନେକ ଅଧିକାରୀ ସେମାନଙ୍କ ପରିବାରକୁ ବିଦେଶ ପଠାଇଛନ୍ତି। ଏଥିରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିର ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି ଲୋକମାନେ ନିଜ ପରିବାରକୁ ଏକ ଘରୋଇ ଜେଟ ମାଧ୍ୟମରେ ବ୍ରିଟେନ ଏବଂ ନ୍ୟୁ ଜର୍ସି ପଠାଇଛନ୍ତି। ପହଲଗାମ ଆତଙ୍କବାଦୀ ଆକ୍ରମଣର ତୁରନ୍ତ ପରେ ଭାରତ ଆରବ ସାଗରରେ ଥିବା INS ସୁରଟରୁ କ୍ଷେପଣାସ୍ତ୍ର ପରୀକ୍ଷା କରି ପାକିସ୍ତାନକୁ ଏକ ଦୃଢ ବାର୍ତ୍ତା ଦେଇଥିଲା। ଏଥି ସହିତ ଆତଙ୍କବାଦୀ ଏବଂ ସେମାନଙ୍କ ମାଲିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦୁନିଆର ଯେଉଁଠି ଲୁଚି ରହିବେ ବି ସେମାନଙ୍କୁ କଡା ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।