ବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟଣା : ତଦନ୍ତର ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ

Published: Jul 20, 2019, 3:36 pm IST

ଗଞ୍ଜାମ ଜିଲ୍ଲା ଆସିକା ଅଂଚଳର ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି । ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୋମା ବିସ୍ଫୋରଣ ଘଟି ୨ଜଣ ଛାତ୍ର ଗୁରୁତର ଘଟଣାରେ ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ନିର୍ଦ୍ଦେଶ ଦେଇଛନ୍ତି। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ଡିଇଓଙ୍କୁ ନିର୍ଦ୍ଦେଶ। ଅଧିକାଂଶ ସ୍କୁଲର ପାଚେରୀ ନଥିବାର ଅସ୍ବାଭାବିକ ସ୍ଥିତି ସୃଷ୍ଟି ହେଉଛି। ଏଭଳି ଘଟଣା ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ସମୀର ଦାଶ କହିଛନ୍ତି ।

Related posts