LHB କୋଚ ସହିତ ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସର ଶୁଭାରମ୍ଭ

Published: Apr 28, 2025, 3:48 pm IST

ଭୁବନେଶ୍ଵର: ଆଜି ପୂର୍ବାହ୍ନରେ ବାଙ୍ଗିରିପୋଷି ଷ୍ଟେସନରୁ LHB କୋଚ ସହିତ ପୁରୀ-ବାଙ୍ଗିରିପୋଷି-ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଅଛି। 12892/12891 ପୁରୀ-ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଏଲଏଚବି (LHB) କୋଚ ସହିତ ଚଳାଚଳ କରିବ। ପୂର୍ବରୁ, ଟ୍ରେନଟି ପାରମ୍ପରିକ କୋଚ ସହିତ ଚଳାଚଳ କରୁଥିଲା।

ତେବେ ଆସନ୍ତାକାଲିଠାରୁ ପୁରୀରୁ ନିୟମିତ ସେବା ଆରମ୍ଭ ହେବ। ଆସନ୍ତା 30 ତାରିଖ ଠାରୁ ବାଙ୍ଗିରିପୋସିରୁ ନିୟମିତ ସେବା ଆରମ୍ଭ ହେବ।

LHB କୋଚ ସହିତ ପୁରୀ-ବାଙ୍ଗିରିପୋଷି ସୁପର ଫାଷ୍ଟ ଏକ୍ସପ୍ରେସର ସଂରଚନା:

ଗୋଟିଏ ଏସି ଚେୟାର କାର୍, ଛଅଟି ଦ୍ୱିତୀୟ ଶ୍ରେଣୀ ଆସନ (ସଂରକ୍ଷିତ), ପାଞ୍ଚଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଆସନ, ଗୋଟିଏ ଗାର୍ଡ ସହିତ ମୋଟର କାର, ଗୋଟିଏ ଗାର୍ଡ ଏବଂ ଦ୍ୱିତୀୟ ଶ୍ରେଣୀ ବସିବା ବ୍ୟବସ୍ଥା (ଦିବ୍ୟାଙ୍ଗଜନଙ୍କ ପାଇଁ ଉପଲବ୍ଧ) ରହିବ।

ଏହି ଅବସରରେ ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ସାଂସଦ (ଲୋକସଭା) ନବ ଚରଣ ମାଝୀ, ସାଂସଦ (ରାଜ୍ୟସଭା) ମମତା ମହନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳୀ ମୁର୍ମୁ, ସରସକଣା ବିଧାୟକ ଉଦ୍ଧବ ହାନ୍ସଦା ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି।

Related posts