Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାରଦର୍ଶୀ ପୋର୍ଟାଲରେ ଘୋଟାଲା, କବାଟ କିଳି ଅଭିଯୋଗ ପ୍ରକୋଷ୍ଠକୁ ଘେରିଲା ଅଭିଭାବକ ମହାସଂଘ
ଆଜିର ଖବର

ପାରଦର୍ଶୀ ପୋର୍ଟାଲରେ ଘୋଟାଲା, କବାଟ କିଳି ଅଭିଯୋଗ ପ୍ରକୋଷ୍ଠକୁ ଘେରିଲା ଅଭିଭାବକ ମହାସଂଘ

April 28, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ 25% ସିଟରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କୁ ମାଗଣା ପଢିବା ଉଦ୍ଦେଶ୍ୟରେ ଗଠିତ ପାରଦର୍ଶୀ ପୋର୍ଟାଲରେ ଘୋଟଲାକୁ ନେଇ ଉଗ୍ର ରୂପ ଧାରଣ କଲେ ଅଭିଭାବକ। ନ୍ୟାୟ ନ ମିଳିବାରୁ ଅଭିଯୋଗ ପ୍ରକୋଷ୍ଟରେ ଥିବା ବିଭାଗୀୟ ଅଫିସର ମାନଙ୍କୁ ତାଲା ପକେଇଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ସରକାରୀ ଅଫିସର ମାନେ ଜରୁରୀ ବୈଠକ ଡାକି ସମାଧାନ କରିବାକୁ କହିବାରୁ ପରିସ୍ଥିତି ଶାନ୍ତ ହେଲା ଓ ତାଲା ଖୋଲିଲେ। ଏହାର ଦୃଢ଼ ପ୍ରତିବାଦ କରି ଆଜି ପ୍ରାୟ 500ରୁ ଉର୍ଦ୍ଧ ଶିକ୍ଷା ଅଧିକାର ଅଭିଭାବକ କର୍ମକର୍ତ୍ତାଙ୍କ ସହିତ ଓସେପା ଅଫିସରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇଥିଲେ।

ପାରଦର୍ଶୀ ପୋର୍ଟାଲରେ ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି। ଅନେକ ସ୍କୁଲରେ ଆର ଟି ଇ କୋଟା ସିଟ ଥାଇ ମଧ୍ୟ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ସିଟ ଆଲଟମେଣ୍ଟ ହୋଇନାହିଁ। ପ୍ରାୟ 5239 ଜଣ ଏଥିରୁ ବାଦ ପଡିଛନ୍ତି। ଜାଣି ଶୁଣି ପାରଦର୍ଶୀ ପୋର୍ଟାଲରେ ପଞ୍ଜିକରଣ ପାଇଁ ଦୁଇ ମାସ ବିଳମ୍ବ କରିଥିଲେ ତେଣୁ ଓଡିଶା ଅଭିଭାବକ ମହାସଂଘ ବିଗତ ଦିନରେ ରାଜରାସ୍ତାରେ ଆମରଣ ଅନଶନରେ ବସିଥିଲା। ଏବଂ ତାପରେ ବାଧ୍ୟ୍ୟ ହୋଇ ସଚିବ ମାନିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସରକାର ମଧ୍ୟ୍ୟ ମାର୍ଚ୍ଚ 18 ରେ ଖୋଲିବାକୁ ବାଧ୍ୟ ହେଲେ।

ଅଭିଭାବକ ମାନେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମାର୍ଚ୍ଚ 18 ରେ ପଞ୍ଜିକରଣ ଆରମ୍ଭ କଲେ।  ସେତେବେଳେ ଆରମ୍ଭ ଦିନ ମାତ୍ର 2109 ଟି ସ୍କୁଲ ପଞ୍ଜିକରଣ କରିଥିବା ବେଳେ ଏବଂ ଧୀରେ ଧୀରେ ମଧ୍ୟ୍ୟ ପ୍ରତେକ ଦିନ 20/30 ସ୍କୁଲ ମଧ୍ୟ୍ୟ ପଞ୍ଜିକରଣ କରି କରି ଆବେଦନର ଶେଷ ଦିନ ଏହା 3993 ସ୍କୁଲରେ ପହଂଚି ଥିଲା। ସ୍କୁଲ ସଂଖ୍ୟା ବୃଦ୍ଧି ହିସାବରେ ସିଟ ସଂଖ୍ୟା ମଧ୍ୟ୍ୟ ବଢ଼ିକି 50000 ସିଟ ହେଲା।

ଅଭିଭାବକ ମାନେ ପଞ୍ଜିକରଣ କରିବା ସମୟରେ ସ୍କୁଲ ପଞ୍ଜିକରଣ କରିନଥିବାରୁ ସେମାନେ ଗୋଟେ କିମ୍ବା ଦୁଇଟା ସ୍କୁଲ ଅପସନରେ ଦେଇଥିଲେ। ଏହାର ପରିଣାମ ସ୍ୱରୂପ ରାଜ୍ୟ ସାରା ସମୁଦାୟ 36695 ଗୋଟି ଆବେଦନ ପାଇଁ ରେଜିଷ୍ଟ୍ରସନ କରିଥିବା ବେଳେ ସେଥି ମଧ୍ୟରୁ 8101 ରିଜେକ୍ଟ ହୋଇଯାଇଛି। କଣ ପାଇଁ ଏତେ ଫର୍ମ ଓ କେମିତି ରିଜେକ୍ଟ ହୋଇଛି ତାହା ତଦନ୍ତ ସାପେକ୍ଷ। କେବେ ବି 25% ରିଜେକ୍ଟ ହେବା ନାହିଁ।

ସୂଚନା ନେଵାରେ ଜଣା ପଡିଛି, ବିଇଓ ଅଫିସକୁ ଡିରେକଟର ବା ସଚିବ ସ୍ତରରୁ ତାଙ୍କୁ ଆଦେଶ ହେଇଛି କି ଯେ ବହୁତ ପରିମାଣରେ ଆବେଦନ ଫର୍ମ ଏଥର ରେଜେକ୍ସନ କର ବୋଲି। 5234 ଜଣ ପିଲାଙ୍କ ସବୁ କାଗଜ ପତ୍ର ଠିକ ଥାଇ ମଧ୍ୟ ସିଟ ଥାଇ ଆଲଟମେଣ୍ଟ ହୋଇନାହିଁ। ତେଣୁ ଅଭିଭାବକ ମହାସଂଘ ଆଜି ଓସେପା ଅଫିସ ଆସି ଅଭିଯୋଗ ପ୍ରକୋଷ୍ଠରେ ପଚାରି ଥିଲା।

କେଉଁ କାରଣରୁ ଏତେ ସଖ୍ୟକ ରିଜେକ୍ସନ କରିଛନ୍ତି, ଯଦି ପୋର୍ଟାଲ ମାଧ୍ୟମରେ ସବୁ ସରକାରୀ ପ୍ରଦତ୍ତ ଡକୁମେଣ୍ଟ ଦେଇ ଆବେଦନ କରାଗଲା ଓ ଫର୍ମ ଯାଞ୍ଚ ସମୟରେ ବିଇଓ ଅଫିସରେ ସ୍କୁଟିନ କରି ଓକେ କରାଗଲା। ତାପରେ ପୁଣି ଏତେ ଫର୍ମ କେମିତି ରିଜେକ୍ଟ ହେଲା। ଯେହେତୁ ଆବେଦନ ସମୟରେ ସବୁ ସ୍କୁଲ ସୋ କରୁ ନଥିଲା।

ପରବର୍ତ୍ତୀ ସମୟରେ ସ୍କୁଲ ସଂଖ୍ୟା ବଢ଼ି ଥିଲା ତେଣୁ ପର୍ଯ୍ୟାୟ କ୍ରମେ ସ୍କୁଲ ସଂଖ୍ୟା ବୃଦ୍ଧି ହେତୁ ପୂର୍ବରୁ ଯେଉଁ ମାନେ ଆବେଦନ କରିଥିଲେ ସେମାନେ ଅଳ୍ପ ସଂଖ୍ୟକ ସ୍କୁଲ ଯୋଗୁ ସିଟ ପାଇବାରୁ ବଂଚିତ ହେଲେ। ଏଥିପାଇଁ ଗରିବ ଅଭିଭାବକ ମାନଙ୍କ ଭୁଲ କଣ। ତେଣୁ ଆଜି ଓସେପା ଅଫିସରେ ଘେରାଓ ପାରେ ଏକ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍ୱତନ୍ତ୍ର ସଚିବ ଯଦୁମଣି ମହଲା, ଦୁର୍ଗା ମହାପାତ୍ର, ଶୁଶ୍ରୀ ସଂଗୀତା ପଣ୍ଡା, ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ମହାସଚିବ ଅଶୋକ ପାଇକରାୟ, କାଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ପଦ୍ମନାଭ ସାହୁ ଯୋଗଦେଇଥିଲେ।

ନିଷ୍ପତ୍ତି ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ଏହାକୁ ତଦନ୍ତ କରିବେ, ତଦନ୍ତ କରି କାହିଁକି 8101 ଟି ଫର୍ମ ନାକଚ ହେଲା ତାହା ଜଣାଇବେ। ଆଲଟମେଣ୍ଟ ହୋଇନଥିବା 5239 ପିଲାଙ୍କୁ ଖାଲିଥିବା ସ୍କୁଲକୁ ଆଲଟମେଣ୍ଟ କରିବାକୁ ନିଷ୍ପତ୍ତି ନିଆଗଲା। ମହାସଂଘର ସଭାପତି ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆଜିର ଏହି ଘେରାଓରେ କଳ୍ପନା ସାହୁ, ସତ୍ୟଜିତ ଦାସ,ସତ୍ୟବ୍ରତ ପରିଜା, ବିମଲ ପ୍ରଧାନ, ସୁବ୍ରତ ସାହୁ,ମିଲି ସାହୁ, ରିଙ୍କି ମହାରଣା, ବିଜୟ ଲକ୍ଷ୍ମୀ, ବେବିନା, ବାବୁଲି, ଅମର, ତପନ ସ୍ୱାଇଁ, ସୁପ୍ରଭା, ରାଜୀବ, ଶୁଭକାନ୍ତ, ମଧୁ ସାହୁ, ସଂଗ୍ରାମ କେଶରୀ ସିଂ ଙ୍କ ସମେତ ପାଞ୍ଚ ଶହରୁ ଅଧିକ ଅଭିଭାବକ ଯୋଗଦେଇ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025
Latest News

ନବଦୁର୍ଗାର ନବମ ରୂପ ମା’ ସିଦ୍ଧିଦାତ୍ରୀ: ମାତାଙ୍କ ଠାରୁ ଶିଖନ୍ତୁ ବିନିଯୋଗର ଏହି ବିଶେଷ ଗୁଣ

September 30, 2025

ବିସିସିଆଇର କଡା ଆଭିମୁଖ୍ୟ: ପିସିବି ମୁଖ୍ୟଙ୍କ ବଢିପାରେ ସମସ୍ୟା

September 30, 2025

ମହାଅଷ୍ଟମୀ-ନବମୀରେ କରନ୍ତୁ ଯଜ୍ଞ, ମିଳିବ ମାତା ରାଣୀଙ୍କ ଆଶୀର୍ବାଦ

September 30, 2025

ଅକ୍ଟୋବର ୧ ରୁ ୩ ଯାଏଁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କଲା ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ 

September 30, 2025

Durga Puja 2025: ଆର୍ବିଭାବ ହେଲେ ମା ଦୁର୍ଗା, ଚାରିଆଡେ ଉତ୍ସବର ମାହୋଲ

September 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.