Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ବିଶ୍ୱର କଣ୍ଟେଣ୍ଟ, ଫ୍ୟାଶନ୍ ଏବଂ ଆଧ୍ୟାତ୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ: ନୀତା ଅମ୍ବାନୀ
ଆଜିର ଖବର

ଭାରତ ବିଶ୍ୱର କଣ୍ଟେଣ୍ଟ, ଫ୍ୟାଶନ୍ ଏବଂ ଆଧ୍ୟାତ୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବାକୁ ପ୍ରସ୍ତୁତ: ନୀତା ଅମ୍ବାନୀ

May 3, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଦେଶର ସର୍ବବୃହତ ମିଡିଆ ଏବଂ ମନୋରଞ୍ଜନ ପ୍ଲାଟଫର୍ମ ମଧ୍ୟରୁ ଗୋଟିଏ ଜିଓଷ୍ଟାରର ଅଧ୍ୟକ୍ଷା ନୀତା ଅମ୍ବାନୀ ଦୃଢ଼ ଆଶା ପ୍ରକଟ କରିଛନ୍ତି ଯେ ଖୁବ୍ ଶୀଘ୍ର ଭାରତୀୟ କଳା ଏବଂ ହସ୍ତଶିଳ୍ପ ବିଶ୍ୱର ସୌନ୍ଦର୍ଯ୍ୟ ଶାସ୍ତ୍ର ବା ଫ୍ୟାଶନକୁ ଆକାର ଦେବା ଆରମ୍ଭ କରିବ। ସେ କହିଛନ୍ତି ଯେ କେବଳ ଫ୍ୟାଶନ୍ ନୁହେଁ, ଚିକିତ୍ସା, ଆଧ୍ୟାତ୍ମ, ନୃତ୍ୟ ଏବଂ ଭାରତୀୟ କାହାଣୀ ମଧ୍ୟ ବିଶ୍ୱ ମାନଚିତ୍ରରେ ନିଜର ସ୍ଥାନ ସୃଷ୍ଟି କରିବେ। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଆୟୋଜିତ ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭସ) ୨୦୨୫ରେ ନୀତା ଅମ୍ବାନୀ ଏହା କହିଛନ୍ତି।

‘ଭାରତୀୟ ସଂସ୍କୃତିକୁ ବିଶ୍ୱସ୍ତରକୁ ନେବା’ ବିଷୟ ଉପରେ ବକ୍ତବ୍ୟ ରଖି ନୀତା ଅମ୍ବାନୀ ସେହି ଭାରତୀୟମାନଙ୍କୁ ମନେ ପକାଇଥିଲେ ଯେଉଁମାନେ ନିଜର ମୂଳକୁ ନ ଭୁଲି ବିଶ୍ୱ ମଞ୍ଚରେ ଭାରତକୁ ଗର୍ବିତ କରୁଛନ୍ତି। ସଂଗୀତରେ ଅନୁଷ୍କା ଶଙ୍କର ଏବଂ ଋଷଭ ଶର୍ମା, ବ୍ୟଞ୍ଜନରେ ବିକାଶ ଖାନ୍ନା ଏବଂ ସିନେମାରେ ପ୍ରିୟଙ୍କା ଚୋପ୍ରାଙ୍କ ପରି ଯୁବପିଢ଼ି ସାରା ବିଶ୍ୱରେ ଭାରତୀୟତାର ବାର୍ତ୍ତା ପ୍ରସାର କରୁଛନ୍ତି।

ଏହା ସହିତ ନୀତା ଅମ୍ବାନୀ ନ୍ୟୁୟର୍କର ପ୍ରତିଷ୍ଠିତ ଲିଙ୍କନ୍ ସେଣ୍ଟରରେ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ଗ୍ରାଣ୍ଡ ଇଣ୍ଡିଆନ୍ ୱିକେଣ୍ଡ’ ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏହି ଉତ୍ସବ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ ଦ୍ୱାରା ପାଳନ କରାଯିବ। ଯେଉଁଥିରେ ଭାରତୀୟ କଳା ଏବଂ ସଂସ୍କୃତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରାଯିବ। ନୀତା ଅମ୍ବାନୀ କହିଛନ୍ତି ଯେ ଆମେ ଭାରତର ଆତ୍ମାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବୁ। ଆମର କଳା, କାରିଗର, ଆମର ବୁଣାକାର, ଆମର ଗୀତ ଏବଂ ନୃତ୍ୟ, ଆମର ଫ୍ୟାଶନ୍, ଆମର ସ୍ୱାଦିଷ୍ଟ ଖାଦ୍ୟ ସବୁକିଛି ଏଠାରେ ରହିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ନୀତା ଅମ୍ବାନୀ କହିଛନ୍ତି, “ଶହ ଶତାବ୍ଦୀ ଧରି ଭାରତ ତାର ଜ୍ଞାନ, ଶକ୍ତି ଏବଂ ସୁନ୍ଦରତା ସହିତ ବିଶ୍ୱକୁ ଚକିତ କରିଆସିଛି। କିନ୍ତୁ କୌଣସି ନ କୌଣସି ସ୍ଥାନରେ ଆମର ସ୍ୱର ନରମ ହେଉଥିଲା। କିନ୍ତୁ ଏବେ ଏହା ପୁଣି ଥରେ ଶକ୍ତିଶାଳୀ ହେଉଛି। ଆମେ ଆମର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ବେଶ କୃତଜ୍ଞ, ଯାହାଙ୍କ ଦୂରଦୃଷ୍ଟି ଏବଂ ନେତୃତ୍ୱ ବିଶ୍ୱ ମଞ୍ଚରେ ଭାରତର ସ୍ୱରକୁ ପୁଣି ଥରେ ଉଠାଇଛି। ଯୋଗରୁ ଆରମ୍ଭ କରି ଡିଜିଟାଲ ଅନ୍ତର୍ଭୁକ୍ତିକରଣ ପର୍ଯ୍ୟନ୍ତ, ସାଂସ୍କୃତିକ କୂଟନୀତିରୁ ଜି୨୦ ଏବଂ ୱେଭସ ପର୍ଯ୍ୟନ୍ତ, ଆଜି ଭାରତର ଭାବନା​​ବିଶ୍ୱକୁ ପୂର୍ବ ଅପେକ୍ଷା ଅନେକ ଅଧିକ ପ୍ରେରିତ କରୁଛି।”

ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.