Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀକରଣୀୟ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳଙ୍କ ଆହ୍ୱାନ
ଆଜିର ଖବର

ନବୀକରଣୀୟ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳଙ୍କ ଆହ୍ୱାନ

May 3, 2025No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପରିବେଶ ସୁରକ୍ଷା ଏବଂ ସନ୍ତୁଳିତ ଜୀବନଯାପନ ଦିଗରେ ଏକ ଦୃଢ଼ ପ୍ରୟାସ ଭାବରେ ପ୍ରଦୂଷଣ ହ୍ରାସ କରିବା, ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ବୈଦେଶିକ ମୁଦ୍ରା ସଂଚୟ କରିବା ପାଇଁ ସବୁଜ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି।

ମଇ ୩ ତାରିଖ ଦିନ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ପାରମ୍ପରିକ ଶକ୍ତି ଉତ୍ସରୁ ନବୀକରଣୀୟ ବିକଳ୍ପକୁ ପରିବର୍ତ୍ତନ କରି ବ୍ୟବହାର ଉପରେ ରାଜ୍ୟପାଳ ଗୁରୁତ୍ୱ ଆରୋପ କରିଛନ୍ତି। ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଭବନ ଭୁବନେଶ୍ୱରରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ସୂଚନା ଦେଇଥିଲେ।

ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଂଟ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଂଟ୍ ସ୍ଥାପିତ ହେବାକୁ ଯାଉଛି। ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍‌-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି। ଯାହା, ସ୍ଥାୟୀ ଗତିଶୀଳତା ପ୍ରତି ନିର୍ଣ୍ଣାୟକ ପଦକ୍ଷେପର ସଙ୍କେତ ଦେଉଛି। ପ୍ରତ୍ୟେକ ଯାତ୍ରା ଏବେ ଏକ ଶାନ୍ତ, ସ୍ୱଚ୍ଛ ଏବଂ ଅଧିକ ଦାୟିତ୍ୱପୂର୍ଣ୍ଣର୍ ଭବିଷ୍ୟତ ପାଇଁ ଯୋଗଦାନ ଦେଉଛି। ଏପରି ପଦକ୍ଷେପ ଆମର ପସନ୍ଦ ଅପେକ୍ଷା ପରିବେଶ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି। ଏପରି ଅଗ୍ରଣୀ ପ୍ରୟାସ ସହିତ ରାଜଭବନ କେବଳ ସମଗ୍ର ଦେଶର ସରକାରୀ ପ୍ରତିଷ୍ଠାନ ପାଇଁ ଏକ ଉଦାହରଣ ସୃଷ୍ଟି କରୁନାହିଁ, ବରଂ ଶୀର୍ଷସ୍ତରରୁ ପରିବର୍ତ୍ତନ ଆରମ୍ଭ ହୁଏ ବୋଲି ସ୍ପଷ୍ଟ ବାର୍ତ୍ତା ଦେଉଛି। ଗଣମାଧ୍ୟମ ସହିତ ବାର୍ତ୍ତାଳାପ ବେଳେ ରାଜ୍ୟପାଳ ନବୀକରଣୀୟ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ପ୍ରଚଳିତ ଅନେକ ପ୍ରମୁଖ ଯୋଜନା ଉପରେ ମଧ୍ୟ ଆଲୋକପାତ କରିଥିଲେ। ଯେପରିକି:-
ଚା ପ୍ରଧାନମନ୍ତ୍ରୀ କୁସୁମ ଯୋଜନା – ଜଳସେଚନରେ ବ୍ୟବହୃତ ନଳକୂପ ପାଇଁ ସୌରଚାଳିତ ପମ୍ପସେଟ୍ ସ୍ଥାପନ କରିବାରେ ଚାଷୀମାନଙ୍କୁ ସହଯୋଗ କରିବା ପାଇଁ ଉଦ୍ଦିଷ୍ଟ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର – ମୁଫ୍‌ତ ବିଜଲି ଯୋଜନାରେ ସବ୍‌ସିଡ ପ୍ରଦାନ କରି ସୌର ଛାତ ପ୍ୟାନେଲ୍ ସ୍ଥାପନ ମାଧ୍ୟମରେ ପରିବାରକୁ ବିଦ୍ୟୁତ ଯୋଗାଇବା ପାଇଁ ଉଦ୍ଦିଷ୍ଟ।

କେନ୍ଦ୍ର ସରକାର ପ୍ରତି ପରିବାର ପାଇଁ ପ୍ରଥମ ଏବଂ ଦ୍ୱିତୀୟ କିଲୋୱାଟ ପାଇଁ ୩୦ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୮ ହଜାର ଟଙ୍କା ଅତିରିକ୍ତ ସବ୍‌ସିଡ ପ୍ରଦାନ କରୁଚନ୍ତି। ଏହି ଆର୍ଥିକ ସହାୟତା ସର୍ବାଧିକ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ସ୍ଥାପନ ପାଇଁ ଉପଲବ୍ଧ ରହିଛି।

ଓଡ଼ିଶାରେ ଏହି ଯୋଜନାକୁ ଅଧିକ ପ୍ରସାରିତ କରିବା ପାଇଁ ରାଜ୍ୟ ସରକାର ପ୍ରତି ପରିବାର ପାଇଁ ପ୍ରଥମ ଓ ଦ୍ୱିତୀୟ କିଲୋୱାଟ ପାଇଁ ୨୫ ହଜାର ଟଙ୍କା ଲେଖାଏଁ ଏବଂ ତୃତୀୟ କିଲୋୱାଟ ପାଇଁ ୧୦ ହଜାର ଟଙ୍କା ଅତିରିକ୍ତ ସବ୍‌ସିଡ ପ୍ରଦାନ କରି ସକ୍ରିୟ ପଦକ୍ଷେପ ନେଇଛନ୍ତି।

ତେଣୁ ୩ କିଲୋୱାଟ ସୌର ଶକ୍ତି ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସର୍ବାଧିକ ସବ୍‌ସିଡ ବ୍ୟବସ୍ଥା ୧ଲକ୍ଷ ୩୮ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ରାଜ୍ୟରେ ଅଧିକ ଲୋକ ସୌର ଶକ୍ତି ବ୍ୟବସ୍ଥା ଆପଣେଇବା ନିମନ୍ତେ ଉତ୍ସାହିତ କରିବା ପାଇଁ ଅତିରିକ୍ତ ସବ୍‌ସିଡ ପ୍ରଦାନ କରିବା ଦିଗରେ ଓଡ଼ିଶା ସରକାର ନେଇଥିବା ପଦକ୍ଷେପକୁ ରାଜ୍ୟପାଳ ଡ. କମ୍ଭମ୍‌ପାଟି ପ୍ରଶଂସା କରିଛନ୍ତି। ନିଜର ବ୍ୟକ୍ତିଗତ ଲାଭ ସହିତ ପରିବେଶର ବୃହତ୍ତର ହିତ ଦୃଷ୍ଟିରୁ ଏପରି ଯୋଜନାର ସଂପୂର୍ଣ୍ଣ ଲାଭ ନେବାକୁ ଏବଂ ସକ୍ରିୟ ଭାବେ ନବୀକରଣୀୟ ଶକ୍ତି ଉତ୍ସକୁ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ରାଜ୍ୟପାଳ ଅନୁରୋଧ କରିଛନ୍ତି। ଏତଦ୍‌ବ୍ୟତୀତ ଧିରେଧିରେ ପେଟ୍ରୋଲ ଏବଂ ଡିଜେଲ ଚାଳିତ ଯାନବାହନ ବ୍ୟବହାର ପରିତ୍ୟାଗ କରି ବିଦ୍ୟୁତ ଚାଳିତ ଯାନବହାନ ବ୍ୟବହାର କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇଛନ୍ତି। ଏପରି ପରିବର୍ତ୍ତନ ପ୍ରଦୂଷଣ ହ୍ରାସ କରିବା, ଜୀବାସ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ସ୍ୱଚ୍ଛ, ସ୍ଥାୟୀ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏତଦ୍‌ବ୍ୟତୀତ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରି ସେଥିରେ ବୈଦୁତିକ ଯାନବାହନ ଚାର୍ଜ କରିବା ଦ୍ୱାରା ଜୀବାସ୍ମ ଇନ୍ଧନର ଆବଶ୍ୟକତା ଦୂର ହୋଇପାରିବ ଏବଂ ପ୍ରକୃତରେ ସବୁଜ ଗତିଶୀଳତା ସକ୍ଷମ ହୋଇପାରିବ। ଏହା ମଧ୍ୟ ଦୈନନ୍ଦିନ ଯାତ୍ରାକୁ ଅଧିକ ସୁଲଭ କରିବ ବୋଲି ରାଜ୍ୟପାଳ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ପଦକ୍ଷେପ ନେବାର ସମୟ। ଏହି ପଦକ୍ଷେପଗୁଡ଼ିକ ଦ୍ୱାରା ଲୋକଙ୍କୁ ସଶକ୍ତ କରିବା ଏବଂ ପରବର୍ତ୍ତୀ ପୀଢ଼ି ପାଇଁ ଏକ ଉତ୍ତମ, ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବା ହେଉଛି ଏହାର ଲକ୍ଷ୍ୟ ବୋଲି ରାଜ୍ୟପାଳ କହିଛନ୍ତି।

ଗଣମାଧ୍ୟମ ସହିତ ଆଲୋଚନାର ଉଦ୍ଦେଶ୍ୟ ହେଉଛି ନବୀକରଣୀୟ ଶକ୍ତିର ଉପଯୋଗ / ବ୍ୟବହାର ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ଏଣୁ ଏହି ବାର୍ତ୍ତାକୁ ରାଜ୍ୟର ପ୍ରତି ପରିବାରରେ ପହଚାଂଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ରାଜ୍ୟପାଳ ଗଣମାଧ୍ୟର ପ୍ରତିନିଧିମାନଙ୍କୁ ଆହ୍ୱାନ ଜଣାଇଛନ୍ତି।

ଉଲ୍ଲେଖନୀୟ ଯେ ରାଜ୍ୟପାଳ ଡ. କମ୍ଭମ୍‌ପାଟି କେବଳ ପ୍ରଥମ ଥର ପାଇଁ ନବୀକରଣୀୟ ଶକ୍ତିର ସମର୍ଥନ କରିନାହାନ୍ତି। ୨୦୧୪ ମସିହାରେ ସାଂସଦ ଥିବା ବେଳେ ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣ ସମୟରେ ସ୍ଥାୟୀ ଶକ୍ତି ସମାଧାନ ପାଇଁ ନବୀକରଣୀୟ ଶକ୍ତିର ଉପଯୋଗକୁ ଦୃଢ଼ ସମର୍ଥନ କରିଥିଲେ। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ଉପସ୍ଥାପିତ କେନ୍ଦ୍ର ବଜେଟକୁ ସମର୍ଥନ କରିବା ସମୟରେ ଡ. କମ୍ଭମ୍‌ପାଟି ଆମଦାନୀ ହେଉଥିବା ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା ହ୍ରାସ କରି ଏବଂ ଇଥାନଲ ମିଶ୍ରିତ ଇନ୍ଧନ ଏବଂ ବୈଦୁତିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ଭାରତର ବାଣିଜ୍ୟ ନିଅଂଟକୁ ମୁକାବିଲା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ ସରକାରଙ୍କୁ ବିଦ୍ୟୁତ ଯାନ ପାଇଁ ଟିକସ୍ ପ୍ରୋତ୍ସାହନ ପ୍ରଦାନ କରିବାକୁ ଏବଂ ଡିଜେଲ ଜେନେରେଟର ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ସୌର ଜେନେରେଟର ଭଳି ନବୀକରଣୀୟ ଶକ୍ତି ମାଧ୍ୟମରେ ଘରୋଇ ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଅନୁରୋଧ କରିଥିଲେ, ଯାହା ଫଳରେ ବିତ୍ତୀୟ ନିଅଂଟ ହ୍ରାସ ପାଇବ ଏବଂ ବୈଦୁତିକ ମୁଦ୍ରା ସଂରକ୍ଷଣ କରିବାରେ ସାହାର୍ଯ୍ୟ କରିବ ବୋଲି କହିଥିଲେ। ଦଶନ୍ଧି ପୂର୍ବେ ସଂସଦରେ ତାଙ୍କର ଦୂରଦୃଷ୍ଟିପୂର୍ଣ୍ଣ ମନ୍ତବ୍ୟ ଶକ୍ତିନୀତି, ଆର୍ଥିକ ସ୍ଥିରତା ଏବଂ ପରିବେଶଗତ ଦାୟିତ୍ୱବୋଧ ମଧ୍ୟରେ ପାରସ୍ପରିକ ସଂପର୍କ ବିଷୟରେ ଗଭୀର ବୁଝାମଣାକୁ ପ୍ରତିଫଳିତ କରିଥିଲା, ଯେଉଁ ନୀତିକୁ ସେ ଓଡ଼ିଶାର ରାଜ୍ୟପାଳ ଭାବରେ ବଜାୟ ରଖିଛନ୍ତି। କଥା ଏବଂ କାର୍ଯ୍ୟ ଉଭୟ ମାଧ୍ୟମରେ ଡ. କମ୍ଭମ୍‌ପାଟି ଉଦାହରଣ ରଖି ନେତୃତ୍ୱ ଦେଇ ଚାଲିଛନ୍ତି ଯାହା ଏକ ସ୍ୱଚ୍ଛ, ସବୁଜ ଏବଂ ଅଧିକ ଶକ୍ତି ଓ ସୁରକ୍ଷିତ ଭବିଷ୍ୟତ ଆଡକୁ ପରିବର୍ତ୍ତନକୁ ପ୍ରେରଣା ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହି ନବୀକରଣୀୟ ଶକ୍ତିର ଉପଯୋଗ ପାଇଁ ରାଜଭବନର ସକରାତ୍ମକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ନବୀକରଣୀୟ ଶକ୍ତିର ଉପଯୋଗ ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ନବୀକରଣୀୟ ଶକ୍ତିର ବହୁଳ ଉପଯୋଗ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ, ପ୍ରବର୍ତ୍ତିତ ହୋଇଥିବା ବିଭିନ୍ନ ଯୋଜନା ଏବଂ ଉପଲବ୍ଧ ରିହାତି ସଂପର୍କରେ ଆଲୋକପାତ କରିଥିଲେ।

ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌ବିଏସ୍ ରାଜପୁତ, ରାଜଭବନର ଅଧିକାରୀ / କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଅଶୋଧିତ ତୈଳ ନବୀକରଣୀୟ ଶକ୍ତି ପରିବେଶ ସୁରକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Latest News

ଗାଧୋଇବା ବେଳେ ନଈରେ ଭାସିଗଲେ ଯୁବକ: ବାଲୁଗାଁ ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

August 18, 2025

ଯଦି ସିପି ରାଧାକୃଷ୍ଣନ୍ ନିର୍ବାଚିତ ହୁଅନ୍ତି, ତେବେ ନୂତନ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେ ହେବ?

August 18, 2025

NDAର CP ରାଧାକୃଷ୍ଣନଙ୍କ ବିରୋଧରେ ଇଣ୍ଡି ମେଣ୍ଟରୁ କିଏ?: ଉତ୍ତର ଦେଲେ SP ନେତା

August 18, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ବିଜେପି ରାଜ୍ୟ ସଭାପତିଙ୍କ ଦିଲ୍ଲୀଗସ୍ତ: ଜାଣନ୍ତୁ କାରଣ

August 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.