ପାକିସ୍ତାନ ବିରୋଧରେ ଭାରତର ଆଉ ଏକ କାର୍ଯ୍ୟାନୁଷ୍ଠାନ, ଇମ୍ରାନ ଏବଂ ବିଲାୱଲଙ୍କ ‘X’ ଆକାଉଣ୍ଟ ହେଲା ବ୍ୟାନ

Published: May 4, 2025, 2:18 pm IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନର ଶୀର୍ଷ ରାଜନେତା, କ୍ରିକେଟର ଏବଂ ଅଭିନେତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେଇଛି। ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ‘x’ ଆକାଉଣ୍ଟଗୁଡ଼ିକୁ ମଧ୍ୟ ଭାରତରେ ବନ୍ଦ କରିଦିଆଯାଇଛି। ତାଙ୍କ ‘x’ ଆକାଉଣ୍ଟରେ ପ୍ରୋଫାଇଲ୍ ଫଟୋ ଦେଖାଯାଉନାହିଁ ଏବଂ ଲେଖାଯାଇଛି ଯେ, ଏହି ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି।

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ x (ପୂର୍ବରୁ ଟ୍ୱିଟର) ଆକାଉଣ୍ଟକୁ ମଧ୍ୟ ବନ୍ଦ କରାଯାଇଛି। ଭାରତ ୧୬ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲକୁ ନିଷିଦ୍ଧ କରିବାର ଗୋଟିଏ ଦିନ ପରେ ଆସିଫ୍‌ଙ୍କ ଏକ୍ସ-ଆକାଉଣ୍ଟକୁ ନିଷିଦ୍ଧ କରିବା ପାଇଁ ପଦକ୍ଷେପ ନିଆଯାଇଛି। ନିଷିଦ୍ଧ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକର ସବସ୍କ୍ରାଇବର ସଂଖ୍ୟା ୬.୩ କୋଟି। ଏହି ଚ୍ୟାନେଲଗୁଡ଼ିକ ଉତ୍ତେଜନାପୂର୍ଣ୍ଣ ଏବଂ ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ ପ୍ରସାର କରୁଥିଲେ।

Related posts