The Samikhsya Desk: ନିଜର ସନ୍ତାନମାନେ ପରୀକ୍ଷାରେ ପାଶ କଲେ ବାପମା, ସାଇପଡିଶା ଉତ୍ସବ ପାଳନ୍ତି। ମିଠା ଖୁଆନ୍ତି। କେକ୍ କାଟନ୍ତି। ହେଲେ ଆପଣ କେବେ ଶୁଣିଛନ୍ତି କି ପୁଅ ପରୀକ୍ଷାରେ ଫେଲ ହେବା ପରେ ବାପାମା କେକ କାଟି ଉତ୍ସବ କଲେ। ଏମିତି କେବେ ଆପଣ ଶୁଣି ନ ଥିବେ। ହେଲେ ଘଟଣାଟି ସତ। ପୁଅ ଦଶମ ପରୀକ୍ଷାରେ ସବୁ ବିଷୟରେ ଫେଲ ହୋଇଥିବାରୁ ବାପା ମା କେକ କାଟି ଉତ୍ସବ କଲେ।
ତେବେ ଏହି ଘଟଣାଟି କର୍ଣ୍ଣାଟକର ବଗଲକୋଟ ଅଞ୍ଚଳରେ ଘଟିଛି। ସେଠାରେ ଥିବା ବସଭେଶ୍ବର ଇଂରାଜୀ ମିଡିୟମ ସ୍କୁଲର ଛାତ୍ର ଅଭିଷେକ ଚୋଲଚଗୁଡ୍ଡା ଚଳିତ ଦଶମ ପରୀକ୍ଷା ଦେଇଥିଲେ। ହେଲେ ସେ ସବୁ ବିଷୟରେ ଫେଲ ହୋଇଛନ୍ତି। ସେ ମୋଟ 625 ମାର୍କରୁ ରଖିଛନ୍ତି ମାତ୍ର 200 ମାର୍କ। ଏପରି ବିଫଳତରେ ବାପାମା ପୁଅକୁ ଗାଳି କରିବା ପରିବର୍ତ୍ତି କେକ୍ କାଟି ତାଙ୍କୁ ଉତ୍ସାହିତ କରିଛନ୍ତି।
ତାଙ୍କ ବାପାମାଆଙ୍କ କହିବା କଥା ଯେ, ପୁଅ ଅଭିଷେକ ପରୀକ୍ଷାରେ ଫେଲ ହୋଇଛି ସତ ମାତ୍ର ତାହା ଜୀବନର ବିଫଳତା ନୁହେଁ। ପୁଅ ବେଶ ଭଲ ପରିଶ୍ରମ କରିଥିଲା। ପରୀକ୍ଷାକୁ ନେଇ ବେଶ ସିରିୟସ ଥିଲା। ହେଲେ ସେ ପାଶ କରିପାରିଲା ନାହିଁ। ପୁଣି ଥରେ ପରୀକ୍ଷାରେ କିପରି ଭଲ କରିବ ସେଥିପାଇଁ ଆମେ ତାକୁ ଉତ୍ସାହିତ କଲୁ। ପରୀକ୍ଷାରେ ଫେଲ ହେଲେ ଯେ, ସବୁ କିଛି ଫେଲ ହୋଇଗଲା ବୋଲି ଭାବିବା ଠିକ ନୁହେଁ ବୋଲି ବାପା କହିଛନ୍ତି।
ଏପରି ଘଟଣାକୁ ସାଇପଡିଶା ତଥା ସ୍କୁଲ କର୍ତ୍ତୁପକ୍ଷ ବେଶ ଖୁସି ପ୍ରକଟ କରିଛନ୍ତି।