Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ହଟିଲା ଏହି ତିନୋଟି ସର୍ତ୍ତ, ଏବେ ଲାଭ ପାଇପାରିବେ ଅଧିକ ହିତାଧିକାରୀ
ଆଜିର ଖବର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ହଟିଲା ଏହି ତିନୋଟି ସର୍ତ୍ତ, ଏବେ ଲାଭ ପାଇପାରିବେ ଅଧିକ ହିତାଧିକାରୀ

May 5, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନିଜର ଗୋଟିଏ ଘର ହେବା ସମସ୍ତଙ୍କର ସ୍ୱପ୍ନ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅନେକ ଲୋକ ବହୁତ କଠିନ ପରିଶ୍ରମ କରନ୍ତି। ବହୁତ ଟଙ୍କା ସଂଗ୍ରହ କରନ୍ତି। ଅନେକ ଲୋକ ନିଜର ଘର କିଣିବା ପାଇଁ ଯଥେଷ୍ଟ ଟଙ୍କା ସଞ୍ଚୟ କରିପାରୁ ନାହାଁନ୍ତି। ଏପରି ଲୋକଙ୍କୁ ଭାରତ ସରକାରଙ୍କ ଦ୍ୱାରା ଘର କରିବା ପାଇଁ ସହାୟତା ଦିଆଯାଇଥାଏ।

ଭାରତ ସରକାର ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚଳାନ୍ତି। କିନ୍ତୁ ଏହି ଯୋଜନା ଅଧୀନରେ ସରକାର କିଛି ସର୍ତ୍ତ ରଖିଛନ୍ତି। କେବଳ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ଲୋକମାନେ ଏହି ଯୋଜନାର ଲାଭ ପାଇପାରିବେ। କିନ୍ତୁ ବର୍ତ୍ତମାନ ସରକାର ଏହି ଯୋଜନାର ଲାଭ ପାଇବା ପାଇଁ ତିନୋଟି ସର୍ତ୍ତକୁ ହ୍ରାସ କରିଛନ୍ତି। ଯାହା ଫଳରେ ଏବେ ଅଧିକ ଲୋକ ଏହି ଯୋଜନାର ଲାଭ ପାଇପାରିବେ। କେଉଁ ସର୍ତ୍ତଗୁଡ଼ିକୁ ହଟାଇ ଦିଆଯାଇଛି, ଆସନ୍ତୁ ଜାଣିବା….

ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୩ଟି ସର୍ତ୍ତ ଥିଲା। ଯେଉଁ ହିତାଧିକାରୀ ଏହି ୧୩ଟି ସର୍ତ୍ତ ପୂରଣ କରିଥିଲେ, ସେ ହିଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସୁବିଧା ପାଇଁ ଆବେଦନ କରିପାରିବେ। କିନ୍ତୁ ଏବେ ଏହି ତିନୋଟି ସର୍ତ୍ତକୁ ହଟାଇ ଦିଆଯାଇଛି। ଏଥିମଧ୍ୟରୁ ପ୍ରଥମ ସର୍ତ୍ତ ହେଉଛି ସର୍ବନିମ୍ନ ମାସିକ ଆୟ। ପୂର୍ବରୁ ସରକାରୀ ପକ୍ଷରୁ ଏଥିପାଇଁ ସୀମା ୧୦,୦୦୦ ଟଙ୍କା ଥିଲା। ଯାହାକୁ ହଟାଇ ୧୫୦୦୦ ଟଙ୍କା କରାଯାଇଛି।

ଏହା ବ୍ୟତୀତ, ଯେଉଁମାନଙ୍କର ପୂର୍ବରୁ ଦୁଇ ଚକିଆ ଯାନ କିମ୍ବା ମାଛ ଧରିବା ଡଙ୍ଗା ଥିଲା, ସେହି ଲୋକମାନେ ଆବେଦନ କରିପାରୁନଥିଲେ। କିନ୍ତୁ ଏବେ ଯଦି କାହା ପାଖରେ ସ୍କୁଟର କିମ୍ବା ବାଇକ୍ ଅଛି, ତେବେ ସେ ମଧ୍ୟ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିପାରିବେ।

୧୫ ମଇ ପର୍ଯ୍ୟନ୍ତ ସମୟସୀମା:

ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସର୍ଭେର ଶେଷ ତାରିଖ ୩୦ ଏପ୍ରିଲ ୨୦୨୫ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଏହି ତାରିଖକୁ ବୃଦ୍ଧି କରିଛନ୍ତି। ଏବଂ ଏହାକୁ ୩୦ ଏପ୍ରିଲ ୨୦୨୫ ପରିବର୍ତ୍ତେ ୧୫ ମଇ ୨୦୨୫ କରାଯାଇଛି। ଯେଉଁମାନେ ଏପର୍ଯ୍ୟନ୍ତ ଏହି ଯୋଜନାର ଲାଭ ଉଠାଇ ପାରିନାହାଁନ୍ତି। ସେହି ଲୋକମାନେ ସୁବିଧା ପାଇବା ପାଇଁ ୧୫ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ।

Eligibility home PM Awas Yojana Rules Sarkari Scheme Utility News
Share. Facebook Twitter LinkedIn Email WhatsApp Copy Link

Related Posts

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Latest News

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025

ପୂର୍ବାଞ୍ଚଳ ଲେଖକ ସମ୍ମିଳନୀ ଉଦଘାଟିତ

July 22, 2025

ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତ ଗ୍ରାମ ଅଭିଯାନ: ଭାରତର ସର୍ବବୃହତ ଜନଜାତି ଗ୍ରାମ ବିକାଶ ଯୋଜନା

July 22, 2025

ଭୁବନେଶ୍ୱରରେ ଜାତୀୟ ମାନବାଧିକାର ଆୟୋଗଙ୍କ ଦୁଇ ଦିନିଆ ଜନଶୁଣାଣି ଶିବିର ଉଦଯାପିତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.