Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାମ୍ମୁକାଶ୍ମୀରରୁ ଓଡ଼ିଶା ଫେରେଇଆଣିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ: ଯୋଗାଯୋଗ ନମ୍ବର ଜାରି
ଆଜିର ଖବର

ଜାମ୍ମୁକାଶ୍ମୀରରୁ ଓଡ଼ିଶା ଫେରେଇଆଣିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ: ଯୋଗାଯୋଗ ନମ୍ବର ଜାରି

May 9, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜାମ୍ମୁକାଶ୍ମୀରରେ ଦେଖାଯାଇଥିବା ଜରୁରୀକାଳୀନ ପରିସ୍ଥିତି ପରିପ୍ରେକ୍ଷୀରେ ଜାମ୍ମୁ ସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ କ୍ୟାମ୍ପସ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯିବାପରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓଡ଼ିଶାକୁ ଫେରେଇଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି।

ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ମୋଟ୍ ୧୧୪ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଫେରେଇ ଆଣିବାକୁ ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଧିକାରୀମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି।

ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୪ଜଣ ବରିଷ୍ଠ ଅଧିକାରୀ ଓ ୧୬ଜଣ ସହଯୋଗୀ କର୍ମଚାରୀ ଏବଂ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଦାୟିତ୍ୱରେ ନିୟୋଜିତ କରାଯାଇଛି। ସମ୍ପୃକ୍ତ ଅଧିକାରୀମାନେ ଏହି କାର୍ଯ୍ୟର ତଦାରଖ (ମନିଟରିଙ୍ଗ) କରୁଛନ୍ତି। ଆସନ୍ତାକାଲି ସୁଦ୍ଧା ଓଡ଼ିଆ ଛାତ୍ରଛାତ୍ରୀମାନେ ଯେପରି ଓଡ଼ିଶାରେ ସୁରକ୍ଷିତ ଭାବରେ ପହଂଚିପାରିବେ ତାହା ଲକ୍ଷ୍ୟ ରଖାଯାଇଛି।

ଓଡ଼ିଆ ଛାତ୍ରଛାତ୍ରୀମାନଙ୍କର ସୁବିଧା ନିମନ୍ତେ ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡ଼ିଶା ନିବାସ, ନୂଆଦିଲ୍ଲୀ ଓ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ସଂସ୍କୃତି ଭବନ ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

ଛାତ୍ରଛାତ୍ରୀମାନେ ନିମ୍ନଲିଖିତ ନମ୍ବର ମାଧ୍ୟମରେ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିପାରିବେ।

(କ) ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧)

(ଖ) ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪)

ଏହି ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଆ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଓ ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି। ଏଥିସହିତ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ବ୍ୟସ୍ତ ବିବ୍ରତ ନହୋଇ ତୁରନ୍ତ କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।

ଓଡିଶା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଜରୁରୀକାଳୀନ ପରିସ୍ଥିତି ଜାମ୍ମୁକାଶ୍ମୀର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Latest News

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ୫ମ ଟି-୨୦: ରୋହିତ ଶର୍ମାଙ୍କ ଏହି ବଡ ରେକର୍ଡ ଭାଙ୍ଗିବେ ସୂର୍ଯ୍ୟକୁମାର ଯାଦବ!

January 31, 2026

ଟ୍ରାକ୍ଟର ଓଲଟି ଶ୍ରମିକଙ୍କ ମୃତ୍ୟୁ

January 31, 2026

କଂଗ୍ରେସ, ବାମପନ୍ଥୀ, ନା ବିଜେପି?: କେରଳରେ ଲୋକସଭା ନିର୍ବାଚନ ପୂର୍ବରୁ ଆସିଲା ଆଶ୍ଚର୍ଯ୍ୟଜନକ ସର୍ଭେ

January 31, 2026

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ

January 31, 2026

ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ: ପାକିସ୍ତାନକୁ ପଠାଉଥିଲେ ସାମରିକ ସୂଚନା 

January 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.