Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ଆଜିର ଖବର

ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

May 10, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୪ (ଗୋଟି) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି (MACT) ବାବଦକୁ ଫଇସଲା କରି ଟ.୩୧,୩୨,୭୬୦/- କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୦ (ଗୋଟି) ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ (୦୨) ଦୁଇ (ଗୋଟି) କେସରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି।

ବରିଷ୍ଠ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୩ଟି ବ୍ୟ।ଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୨,୨୭,୨୫୪ ଟଙ୍କା ରୁଣ ଆଦାୟ କରିଛନ୍ତି ଓ ୧ ଟି ଦେବାନୀ କେସ ଫଇସଲା କରିଛନ୍ତି। ବରିଷ୍ଠ ଦେବାନୀ ଜର୍ଜ ୱୋମେନ୍ସ କୋର୍ଟ ୦୪ ଟି ଫୌଜଦାରୀ ମକଦ୍ଦମା, ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୯୩ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି ଓ ୦୩ ଟି ଏନ ॰ ଆଇ॰ ଆକ୍ଟ କେସ ସମାଧାନ କରିଛନ୍ତି। ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୧ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୨୦୧ ଗୋଟି କୋର୍ଟ କେସ ଓ ୧୫,୪୦୭ ଗୋଟି ରାଜସ୍ୱ କେସର ଫଇସଲା କରାଯାଇ ଟ.୪,୭୦,୩୦୩/- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧,୯୮,୧୦୦ /- ରୁଣ ଆଦାୟ କରାଯାଇଛି। ଟିପିଏସଓଡ଼ିଏଲ ୫୫୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୮୪,୬୨,୪୬୩ /- ବିଦ୍ୟୁତ ଦେୟ ବାବଦକୁ ଆଦାୟ କରାଯାଇଛି।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

ନବରଙ୍ଗପୁର ରାଷ୍ଟ୍ରୀୟ ଲୋକ ଅଦାଲତ
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025
Latest News

ଟ୍ରମ୍ପଙ୍କ ଶୁଳ୍କ ପରେ ଭାରତ ଉପରେ କ’ଣ ପଡିଛି ପ୍ରଭାବ?, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ରିପୋର୍ଟ

September 10, 2025

ଶିକ୍ଷୟତ୍ରୀ ସୁର୍ଯ୍ୟମଣି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

September 10, 2025

ଆଜିଠାରୁ ଭାରତର ଏସିଆ କପ ଅଭିଯାନ: ଜାଣନ୍ତୁ କେଉଁଠାରେ ଦେଖିବେ ମ୍ୟାଚ

September 10, 2025

‘ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କର’, ଟ୍ରମ୍ପଙ୍କ ଚେତାବନୀ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜବାବ

September 10, 2025

ବିଧାନସଭା ବେଳେ ସଚିବମାନେ କଣ ମନ୍ତ୍ରୀଙ୍କୁ ସଠିକ ତଥ୍ୟ ଯୋଗାଉ ନାହିଁନ୍ତି କି ?

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.