Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ
ଆଜିର ଖବର

ସେନାବାହିନୀକୁ ଦୃଢ଼ ସମର୍ଥନ କରିବାପାଇଁ ରାଜ୍ୟପାଳଙ୍କ ଆହ୍ବାନ

May 11, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଆତଙ୍କବାଦର କୌଣସି ଧର୍ମ ନାହିଁ, ହିଂସାର କୌଣସି ଶାସ୍ତ୍ର ନାହିଁ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି। ଚଳିତ ମଇ ୧୦ ତାରିଖ ଅପରାହ୍ନରେ ରାଜ ଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟପାଳ ଏପରି କହିଛନ୍ତି। ପହଲଗାମରେ ସମ୍ପ୍ରତି ଘଟିଯାଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣ ଘଟଣା ଏବଂ ତତ୍ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉପୁଜିଥିବା ଘଟଣାକ୍ରମ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଭିନ୍ନ ଗୋଷ୍ଠୀର ପ୍ରତିନିଧିମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

୨୬ ନିରୀହ ଲୋକଙ୍କ ଜୀବନ ନେଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଗଭୀର ଦୁଃଖ ପ୍ରକାଶ କରି ଡ. କମ୍ଭମପାଟି କହିଛନ୍ତି ଯେ, ଏହା କେବଳ ନିରୀହ ନାଗରିକଙ୍କ ଉପରେ ଆକ୍ରମଣ ନୁହେଁ ବରଂ ଭାରତର ଧାରଣା, ଆମର ଏକତା, ଗଣତନ୍ତ୍ର ଏବଂ ଶାନ୍ତି ଉପରେ ଆକ୍ରମଣ। ରାଜ୍ୟପାଳ ସୂଚନା ଦେଇ କହିଥିଲେ ଯେ ସଶସ୍ତ୍ର ବାହିନୀ ଅପରେସନ ସିନ୍ଦୂର ଆରମ୍ଭ କରିଛି, ଯେଉଁଥିରେ ସୀମାପାର ଆତଙ୍କବାଦୀ ଶିବିର ଗୁଡ଼ିକୁ ଟାର୍ଗେଟ କରି ସଠିକ୍ ଆକ୍ରମଣ କରାଯାଇଛି। ଆମର ସାହସୀ ସୈନିକମାନେ ଆମର ସାର୍ବଭୌମତ୍ୱକୁ ରକ୍ଷା କରିବା ଆଗଧାଡିରେ ଛିଡ଼ା ହୋଇଛନ୍ତି।

ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ଆମକୁ ସେମାନଙ୍କ ପଛରେ ଦୃଢ଼ ଭାବରେ ଛିଡ଼ା ହେବାକୁ ପଡ଼ିବ ବୋଲି ରାଜ୍ୟପାଳ କହିବା ସହିତ ସମସ୍ତେ ପରଲୋକଗତ ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଥିଲେ ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ଏକତା ପ୍ରଦର୍ଶନ କରିବା ନିମନ୍ତେ ଜାତୀୟ ପତାକା ଉଡ଼ାଇବାକୁ କହିଥିଲେ। ବିଶ୍ୱାସ, ଭାଷା ଏବଂ ରୀତିରେ ବିବିଧତା ଥିଲେ ମଧ୍ୟ ଆମର ରାଷ୍ଟ୍ର ଏବଂ ଏହାର ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଆମେ ଏକତାବଦ୍ଧ ବୋଲି ବାର୍ତ୍ତା ଦେବାକୁ ଆହ୍ବାନ ଜଣାଇଥିଲେ। ସାଧାରଣ ନାଗରିକ ଏବଂ ସୈନିକ ସମେତ ପୀଢ଼ିତ ପରିବାରଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ। ଭାରତ କେବେ ଆତଙ୍କବାଦ ଆଗରେ ନତ ହେବନାହିଁ। ଆମର ଶକ୍ତି, ଆମର ଏକତା ଏବଂ ଆମକୁ ସୁରକ୍ଷା ଦେଉଥିବା ଲୋକଙ୍କ ପ୍ରତି ଆମର ଅଟଳ ସମର୍ଥନ ରହିଛି ବୋଲି ସମଗ୍ର ବିଶ୍ୱକୁ ବାର୍ତ୍ତା ଦେବାକୁ ରାଜ୍ୟପାଳ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବୈଠକରେ ଯୋଗଦେଇ ଉଦବୋଦନ ଦେଇ କହିଥିଲେ ଯେ ଆତଙ୍କବାଦ ମାନବତା ବିରୁଦ୍ଧରେ ଏକ ଯୁଦ୍ଧ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଯେତେବେଳେ ଦେଶକୁ ଆବଶ୍ୟକତା ପଡ଼ିଥାଏ, ସେତେବେଳେ ସମସ୍ତ ଗୋଷ୍ଠୀ କିପରି ଏକାଠି ହୁଅନ୍ତି ବୋଲି ଅବତାରଣା କରିବା ସହିତ ଅବଦୁଲ ହମିଦଙ୍କ ସାହସିକତା ଏବଂ ବଳିଦାନର ଉଦାହରଣ ଦେଇଥିଲେ। ଭାରତୀୟ ଭାବେ ଆମର ସର୍ବୋତ୍ତମ ପରିଚୟ ରହିଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ଭାରତୀୟ ବୋଲି କହିବା ସହିତ ସମସ୍ତେ ଏକଜୁଟ ହୋଇ ଦେଶ ପାଇଁ ନିଜର କର୍ତ୍ତବ୍ୟ ନିଭାଇବାକୁ ଆହ୍ବାନ ଜଣାଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର, ପ୍ରତିରକ୍ଷା ବିଭାଗରେ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଆତଙ୍କବାଦୀ ଆକ୍ରମଣ ପହଲଗାମ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025

Dhanu Sankranti 2025: ଏଥର ଧନୁ ସଂକ୍ରାନ୍ତି କେବେ,କେତେବେଳେ ଅଛି ଶୁଭ ସମୟ

December 3, 2025
Latest News

International IDEA: ଭାରତକୁ ମିଳିଲା IDEAର ଅଧ୍ୟକ୍ଷତା, ପ୍ରତିନିଧିତ୍ବ କରିବେ CEC ଜ୍ଞାନେଶ କୁମାର 

December 3, 2025

Swamijee Public School: ରଂଗାରଂଗ ପରିବେଶରେ ପାଳିତ ହେଲା ସ୍ୱାମୀଜୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ

December 3, 2025

Putin’s India Visit: ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ପୁଟିନ, ଦୁଇ ରାଷ୍ଟ୍ର ମଧ୍ୟରେ ସ୍ବାକ୍ଷରିତ ହେବ ଏହି ଚୁକ୍ତି

December 3, 2025

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କଲା ବିଜେଡି

December 3, 2025

DRDO Tests: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

December 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.