ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ନିକଟସ୍ଥ ସଦର ଥାନା ଅର୍ନ୍ତଗତ ବେନ୍ଦାଳିଆ ଗ୍ରାମର ନାମଯଜ୍ଞ କାର୍ଯ୍ୟକ୍ରମ ଅବସରରେ ଫୁଲଟା ଗ୍ରାମର ରାମାୟଣ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମୟରେ ନାଟକ ମଣ୍ଡପ ସଜ୍ଜା ପାଇଁ ମାଁ କାଳୀ ଚିତ୍ରାଳୟ ସଂସ୍ଥା ଦାୟିତ୍ଵ ନେଇଥିଲା। ଉକ୍ତ ସଂସ୍ଥା ପକ୍ଷରୁ ଗଞ୍ଜାମ ଥାନା ଅର୍ନ୍ତଗତ କାଇଁଚପୁର ଗ୍ରାମର ସଞ୍ଜୟ ସେଠୀ ନାମକ ଜଣେ ଯୁବକ ବିଦ୍ୟୁତ୍ କାର୍ଯ୍ୟକ୍ରମ ସଂଯୋଗ କରୁଥିବା ବେଳେ ବିଦ୍ୟୁତ୍ ଆଘାତର ଶୀକାର ହୋଇଥିଲେ।
ଉପସ୍ଥିତ ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ବେଳେ ସମସ୍ତେ ବିଦ୍ୟୁତ୍ ଆଘାତରେ ଆହତ ହୋଇଥିଲେ। ଗାଁ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଡ଼ାକ୍ତର ସଞ୍ଜୟକୁ ମୃତ ଘୋଷଣା କରିଥିଲେ।
ଖବର ପାଇ ସଦର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହିତ ଗାଁ ଲୋକ ଓ ଆହତ ଲୋକମାନଙ୍କର ମତାମତ ଗ୍ରହଣ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।