Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା
ଆଜିର ଖବର

CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା

May 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CBSE Results 2025
CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା

CBSE Results 2025: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ବାର୍ଷିକ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀମାନେ ପୂର୍ବବର୍ଷମାନଙ୍କ ପରି ଚିତ୍ତାକର୍ଷକ ସାଫଲ୍ୟ ଅର୍ଜନ କରିଛନ୍ତି ।

ଦଶମ ଶ୍ରେଣୀରେ ୨୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪ଜଣ ୯୫%ରୁ ଊର୍ଦ୍ଧ୍ୱ, ୧୪୧ଜଣ ୯୦%ରୁ ଊର୍ଦ୍ଧ୍ୱ, ୨୦୬ଜଣ ୮୦%ରୁ ଊର୍ଦ୍ଧ୍ୱ ଏବଂ ୨୬୦ ଜଣ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ମିହିକା ମହାନ୍ତି ଓ ଆକାଂକ୍ଷା ସାମଲ ୯୮.୪% ନମ୍ବର ସହ ଯୁଗ୍ମ ପ୍ରଥମ, ଅନୁଷ୍କା ତ୍ରିପାଠୀ, ଶ୍ରୀବିଦ୍ୟା ଦାସ ଓ ରିତି ଆଚାର୍ଯ୍ୟ ୯୮.୨% ନମ୍ବର ସହ ୨ୟ, ଡୋନା ପ୍ରଧାନ ଓ ସମୀକ୍ଷା ମହାନ୍ତି ୯୭.୮% ନମ୍ବର ସହ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ଏକାଧିକ ଛାତ୍ରଛାତ୍ରୀ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ସଂସ୍କୃତ ବିଷୟରେ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ରଖିଛନ୍ତି ।

ଦ୍ୱାଦଶ ବିଜ୍ଞାନ ବିଭାଗରେ ୩୩୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୦ ଜଣ ୯୦%ରୁ ଊର୍ଦ୍ଧ୍ୱ, ୨୧୧ ଜଣ ୮୦%ରୁ ଊର୍ଦ୍ଧ୍ୱ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ ୯୮% ନମ୍ବର ସହ ପ୍ରଥମ, ସଞ୍ଜୟ କୁମାର ସାହୁ ୯୭.୮% ନମ୍ବର ସହ ୨ୟ ଏବଂ କେପିଏସ୍‍ ଶ୍ରେୟାସ ୯୭.୬% ନମ୍ବର ସହ ୩ୟ ସ୍ଥାନ ହାସଲ କରିଛନ୍ତି । ରସାୟନ ବିଜ୍ଞାନ, ଗଣିତ ଓ ଚିତ୍ରକଳା ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ରଖିଛନ୍ତ ।

ବାଣିଜ୍ୟ ବିଭାଗରେ ୪୫ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୦ଜଣ ୯୦%ରୁ ଊର୍ଦ୍ଧ୍ୱ, ୩୪ଜଣ ୮୦%ରୁ ଊର୍ଦ୍ଧ୍ୱ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ପାର୍ଥ ଅଗ୍ରୱାଲ ଓ ବିଭାସ୍ୱାନ ମାହାଲି ୯୭.୨% ନମ୍ବର ସହ ପ୍ରଥମ, ଅନ୍ୱେଷା ମହାରଣା ୯୬.୮% ନମ୍ବର ସହ ଦ୍ୱିତୀୟ ଏବଂ କେଶବ ଅଗ୍ରୱାଲ ୯୫.୮% ନମ୍ବର ସହ ୩ୟ ସ୍ଥାନ ହାସଲ କରିଛନ୍ତି । ଚିତ୍ରକଳାରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ହାସଲ କରିଛନ୍ତି ।

ସେହିପରି କଳା ବିଭାଗରେ, ୩୫ ଜଣଯାକ ଛାତ୍ରଛାତ୍ରୀ ୭୫%ରୁ ଊର୍ଦ୍ଧ୍ୱ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ ୨୦ଜଣ ୯୦%ରୁ ଊର୍ଦ୍ଧ୍ୱ ଓ ୩୨ଜଣ ୮୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଚିନ୍ମୟ ପ୍ରିୟଦର୍ଶିନୀ ଦାସ ୯୬.୮% ନମ୍ବର ସହ ପ୍ରଥମ, ଦେବଦୀପା ତ୍ରିପାଠୀ ୯୬.୬% ନମ୍ବର ସହ ୨ୟ, ରୀଶା ମିଶ୍ର ଓ ଶୁଭଲକ୍ଷ୍ମୀ ପାଢୀ ୯୬.୨% ନମ୍ବର ସହ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ରାଜନୀତିବିଜ୍ଞାନ, ଭୂଗୋଳ, ମନୋବିଜ୍ଞାନ ଓ ଚିତ୍ରକଳା ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ସ୍କୋର କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ ଯୋଗୁ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ, ଅଧ୍ୟକ୍ଷା ଡ. ସୁଜାତା ସାହୁ ପ୍ରମୁଖ ସଂପୃକ୍ତ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

cbse CBSE RESULT CBSE Results DAV Chandrasekharpur ସିବିଏସଇ
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025

ଅନ୍ତର୍ଜାତୀୟ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

October 7, 2025
Latest News

ଆପଣଙ୍କ ଆକାଉଣ୍ଟରେ ଜମା ହେବ କି କିଷାନ ସମ୍ମାନ ନିଧିର 2000 ଟଙ୍କା?: ତୁରନ୍ତ କରନ୍ତୁ ଯାଞ୍ଚ

October 7, 2025

ଆଇନଜୀବୀ ପୀତବାସ ପଣ୍ଡା ଙ୍କ ଜଘନ୍ୟ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

October 7, 2025

ପୁଣି ଆଉ 25% ଶୁଳ୍କ  ଲାଗୁ କଲେ ଟ୍ରମ୍ପ: ଜାଣନ୍ତୁ କେଉଁ ଦେଶଗୁଡିକ ହେବେ ପ୍ରଭାବିତ?

October 7, 2025

ଅନ୍ତର୍ଜାତୀୟ ସ୍ତରରେ ପୁଣି ଅପମାନିତ ହେଲା ପାକିସ୍ତାନ: ଭାରତ ଦେଲା କଡା ଜବାବ

October 7, 2025

ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳି ମାଡ଼: ବଡ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

October 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.