Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା
ଆଜିର ଖବର

CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା

May 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
CBSE Results 2025
CBSE Results 2025: ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳରେ ଡିଏଭି ଚନ୍ଦ୍ରଶେଖରପୁରର ସଫଳତା

CBSE Results 2025: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପରିଚାଳିତ ବାର୍ଷିକ ଦଶମ ଓ ଦ୍ୱାଦଶ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ ଡିଏଭି ପବ୍ଲିକ୍‍ ସ୍କୁଲ୍‍, ଚନ୍ଦ୍ରଶେଖରପୁରର ଛାତ୍ରଛାତ୍ରୀମାନେ ପୂର୍ବବର୍ଷମାନଙ୍କ ପରି ଚିତ୍ତାକର୍ଷକ ସାଫଲ୍ୟ ଅର୍ଜନ କରିଛନ୍ତି ।

ଦଶମ ଶ୍ରେଣୀରେ ୨୬୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫୪ଜଣ ୯୫%ରୁ ଊର୍ଦ୍ଧ୍ୱ, ୧୪୧ଜଣ ୯୦%ରୁ ଊର୍ଦ୍ଧ୍ୱ, ୨୦୬ଜଣ ୮୦%ରୁ ଊର୍ଦ୍ଧ୍ୱ ଏବଂ ୨୬୦ ଜଣ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ମିହିକା ମହାନ୍ତି ଓ ଆକାଂକ୍ଷା ସାମଲ ୯୮.୪% ନମ୍ବର ସହ ଯୁଗ୍ମ ପ୍ରଥମ, ଅନୁଷ୍କା ତ୍ରିପାଠୀ, ଶ୍ରୀବିଦ୍ୟା ଦାସ ଓ ରିତି ଆଚାର୍ଯ୍ୟ ୯୮.୨% ନମ୍ବର ସହ ୨ୟ, ଡୋନା ପ୍ରଧାନ ଓ ସମୀକ୍ଷା ମହାନ୍ତି ୯୭.୮% ନମ୍ବର ସହ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ଏକାଧିକ ଛାତ୍ରଛାତ୍ରୀ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ସଂସ୍କୃତ ବିଷୟରେ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ରଖିଛନ୍ତି ।

ଦ୍ୱାଦଶ ବିଜ୍ଞାନ ବିଭାଗରେ ୩୩୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯୦ ଜଣ ୯୦%ରୁ ଊର୍ଦ୍ଧ୍ୱ, ୨୧୧ ଜଣ ୮୦%ରୁ ଊର୍ଦ୍ଧ୍ୱ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଶ୍ରୀମାନ ବିଷ୍ଣୁ ପ୍ରସାଦ ଶତପଥୀ ୯୮% ନମ୍ବର ସହ ପ୍ରଥମ, ସଞ୍ଜୟ କୁମାର ସାହୁ ୯୭.୮% ନମ୍ବର ସହ ୨ୟ ଏବଂ କେପିଏସ୍‍ ଶ୍ରେୟାସ ୯୭.୬% ନମ୍ବର ସହ ୩ୟ ସ୍ଥାନ ହାସଲ କରିଛନ୍ତି । ରସାୟନ ବିଜ୍ଞାନ, ଗଣିତ ଓ ଚିତ୍ରକଳା ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ରଖିଛନ୍ତ ।

ବାଣିଜ୍ୟ ବିଭାଗରେ ୪୫ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୦ଜଣ ୯୦%ରୁ ଊର୍ଦ୍ଧ୍ୱ, ୩୪ଜଣ ୮୦%ରୁ ଊର୍ଦ୍ଧ୍ୱ ଓ ସମସ୍ତ ଛାତ୍ରଛାତ୍ରୀ ୬୦%ରୁ ଅଧିକ ନମ୍ବର ରଖିଛନ୍ତି । ପାର୍ଥ ଅଗ୍ରୱାଲ ଓ ବିଭାସ୍ୱାନ ମାହାଲି ୯୭.୨% ନମ୍ବର ସହ ପ୍ରଥମ, ଅନ୍ୱେଷା ମହାରଣା ୯୬.୮% ନମ୍ବର ସହ ଦ୍ୱିତୀୟ ଏବଂ କେଶବ ଅଗ୍ରୱାଲ ୯୫.୮% ନମ୍ବର ସହ ୩ୟ ସ୍ଥାନ ହାସଲ କରିଛନ୍ତି । ଚିତ୍ରକଳାରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ହାସଲ କରିଛନ୍ତି ।

ସେହିପରି କଳା ବିଭାଗରେ, ୩୫ ଜଣଯାକ ଛାତ୍ରଛାତ୍ରୀ ୭୫%ରୁ ଊର୍ଦ୍ଧ୍ୱ ନମ୍ବର ସହ ଉତ୍ତୀର୍ଣ୍ଣ ହୋଇଥିବା ସ୍ଥଳେ ୨୦ଜଣ ୯୦%ରୁ ଊର୍ଦ୍ଧ୍ୱ ଓ ୩୨ଜଣ ୮୦%ରୁ ଊର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଚିନ୍ମୟ ପ୍ରିୟଦର୍ଶିନୀ ଦାସ ୯୬.୮% ନମ୍ବର ସହ ପ୍ରଥମ, ଦେବଦୀପା ତ୍ରିପାଠୀ ୯୬.୬% ନମ୍ବର ସହ ୨ୟ, ରୀଶା ମିଶ୍ର ଓ ଶୁଭଲକ୍ଷ୍ମୀ ପାଢୀ ୯୬.୨% ନମ୍ବର ସହ ବିଦ୍ୟାଳୟରେ ୩ୟ ସ୍ଥାନ ହାସଲ କରିଛନ୍ତି । ରାଜନୀତିବିଜ୍ଞାନ, ଭୂଗୋଳ, ମନୋବିଜ୍ଞାନ ଓ ଚିତ୍ରକଳା ବିଷୟରେ ଏକାଧିକ ଛାତ୍ରଛାତ୍ରୀ ପୂର୍ଣ୍ଣସଂଖ୍ୟା ୧୦୦ ନମ୍ବର ଲେଖାଏଁ ସ୍କୋର କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ଉଲ୍ଲେଖନୀୟ କୃତିତ୍ୱ ପ୍ରଦର୍ଶନ ଯୋଗୁ ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ, ଅଧ୍ୟକ୍ଷା ଡ. ସୁଜାତା ସାହୁ ପ୍ରମୁଖ ସଂପୃକ୍ତ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

 

cbse CBSE RESULT CBSE Results DAV Chandrasekharpur ସିବିଏସଇ
Share. Facebook Twitter LinkedIn Email WhatsApp Copy Link

Related Posts

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026
Latest News

‘୧୧ଟି ଜେଟ୍ ଖସାଇ ଦିଆଯାଇଥିଲା’: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଉପରେ ଟ୍ରମ୍ପଙ୍କ ନୂଆ ଦାବି

February 20, 2026

‘ଅପରେସନ ସାଇବର କବଚ’ ଅଭିଯାନ: ରାଜ୍ୟବ୍ୟାପୀ ୮୪ ଗିରଫ

February 20, 2026

ଭୁବନେଶ୍ବରରେ ସଂଗ୍ରାମୀ ଗୌରାଙ୍ଗ ଚରଣ ଓ ସଂଗ୍ରାମୀ ଶଶୀଭୂଷଣଙ୍କ ଶ୍ରଦ୍ଧାଞ୍ଜଳି ସଭା

February 20, 2026

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ଉପରେ ଉଚ୍ଚସ୍ତରୀୟ ବୈଠକ

February 20, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬ର ଲିଡର୍ସ ପ୍ଲାନେରି ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.