34ଟି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ 5870 କୋଟି ବ୍ୟୟ ଅଟକଳ

Published: Jul 21, 2019, 4:42 pm IST

ଦେଶରେ 34 ଟି ନଦୀକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ 5870 କୋଟି ଟଙ୍କା ବିନିଯୋଗ କରାଯିବା ନେଇ ଯେଜନା ପ୍ରସ୍ତୁତ ହୋଇଛି । ଜାତୀୟ ନଦୀ ଜଳ ସଂରକ୍ଷଣ ବୋର୍ଡ ପକ୍ଷରୁ ଏହି ସୂଚନା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏଥି ନିମନ୍ତେ 2522 କୋଟି ଟଙ୍କା ପ୍ରଦାନ କରି ସାରିଛନ୍ତି ଏବଂ ଖୁବ୍‌ ଶୀଘ୍ର ଅବଶିଷ୍ଟ ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦେଶର 16ଟି ରାଜ୍ୟରେ ପ୍ରବାହିତ ହେଉଥିବା 34ଟି ନଦୀକୁ ଏହି ଯୋଜନାରେ ସାମିଲ କରାଯାଇଛି ଏବଂ ଏହି ତାଲିକାରୁ ଗଙ୍ଗା ନଦୀକୁ ବାଦ ଦିଆଯାଇଛି ବୋଲି ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରାଯାଇଛି । ବିଗତ ଏକ ବର୍ଷ ମଧ୍ୟରେ ବିଭିନ୍ନ ରାଜ୍ୟର ନଦୀଜଳକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ 143 କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ମନ୍ତ୍ରାଳୟର ବିଭାଗୀୟ ମନ୍ତ୍ରୀ ବାବୁଲ ସୁପ୍ରିୟୋ ଶନିବାର ଲୋକସଭାରେ ସୂଚନା ଦେଇଛନ୍ତି ।

Related posts