ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଏକ ପ୍ରହେଳିକା ବୋଲି କହିଲେ ବିଜେଡି ବିଧାୟକ ଅରୁଣ ସାହୁ

Published: May 15, 2025, 4:26 pm IST
arunasahu

ଭୁବନେଶ୍ୱର: ଗତକାଲି ରାଜ୍ୟ ସରକାର ଉଚ୍ଚ ଶିକ୍ଷା ପାଇଁ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ସରଂକ୍ଷଣକୁ ନେଇ କଡା ସମାଲୋଚନା କରିଛି ବିଜେଡି। ଏହା ଏକ ପ୍ରହେଳିକା ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି,ଏହା ଏକ ହାଲୁକା ସଂରକ୍ଷଣ ବା ଆଂଶିକ ସଂରକ୍ଷଣ। ସେଥିପାଇଁ ସରକାରଙ୍କୁ ଆଂଶିକ ଧନ୍ୟବାଦ।

ସେ କହିଛନ୍ତି ଯେ, ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜିରେ ସିଟ ଖାଲି ପଡୁଛି । ଯେଉଁଠି ସିଟ ଖାଲି ପଡୁଛି ସେଠାରେ ସରକାର ସଂରକ୍ଷଣ ଦେଉଛନ୍ତି। ହେଲେ ଇଞ୍ଜିନିୟରିଂ, ମେଡିକାଲ ଓ ଟେକ୍ନିକାଲରେ ସଂରକ୍ଷଣ ଦିଆଯାଉ। ସେଠି ଏସସି ଓ ଏସଟି ପିଲାଙ୍କୁ ୨୦% ଦେଉଛନ୍ତି। ତାଙ୍କୁ ୩୮.୭୫ % ସଂରକ୍ଷଣ ଦିଅ। ଓବିସି ପିଲାମାନେ ଶୂନ ସଂରକ୍ଷଣ ପାଉଛନ୍ତି। ତାଙ୍କୁ ୨୭ % ଦିଅ । ଯଦି ସଂରକ୍ଷଣ ସେମାନଙ୍କୁ ଦେଇ ନପାରିବ ତେବେ ଏ ପ୍ରହେଳିକା ସୃଷ୍ଟି କରି ବାହାବା ନେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିଧାୟକ ଅରୁଣ ସାହୁ।

Related posts